ରିଲିଜ୍‌ ହେଲା ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଆଜି ସାରା ଭାରତରେ ମୁକ୍ତିଲାଭ କରିଛି । ଏହି ଫିଲ୍ମ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମଧ୍ୟ ଏହି ଆକ୍ସନ୍-ଥ୍ରୀଲର ରିଲିଜ୍ ହୋଇଛି । ତେବେ ହିନ୍ଦୀରେ ଫିଲ୍ମଟି ଭଲ ରୋଜଗାର କରିଛି । ତେବେ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ୩୫୦୦ ପରଦାରେ ରିଲିଜ୍ ହୋଇଛି ।

ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଏପ୍ରିଲ୍ ୧୧ରେ ଅର୍ଥାତ ଗୁରୁବାର ଦିନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଅଜୟ ଦେବଗନଙ୍କ ଫିଲ୍ମ ‘ମଇଦାନ’ ସହିତ କମ୍ପିଟିସନ୍‌ କରିଛି । ଇଦ୍ ପର୍ବରେ ମୁକ୍ତିଲାଭ କରିଥିବା ଉଭୟ ଫିଲ୍ମ ବକ୍ସ ଅଫିସରେ ଭଲ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ତେବେ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଏକ ଭଲ ଓପନିଂ କରିବାକୁ ଲାଗିଛି । ତାହେଲେ ଆସନ୍ତୁ ଜାଣିବା ପ୍ରଥମ ଦିନରେ ଅକ୍ଷୟ ଏବଂ ଟାଇଗରଙ୍କ ଆକ୍ସନ୍ ପ୍ୟାକ୍ ହୋଇଥିବା ଫିଲ୍ମ କେତେ କୋଟି ଟଙ୍କା କଲେକ୍ସନ୍‌ କରିଛି ।

ତେବେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫୁଲ୍ ଅନ୍ ଆକ୍ସନ୍ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ର ଟ୍ରେଲର ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ । ଫିଲ୍ମର ଷ୍ଟାର କାଷ୍ଟ ମଧ୍ୟ ଏହାକୁ ଜୋରଦାର ପ୍ରମୋସନ୍‌ କରିଥିଲେ । ଏଭଳି ପରିସ୍ଥିତିରେ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ବିଷୟରେ ଅନେକ ଗୁଜବ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଏହି ଫିଲ୍ମ ସିନେମା ହଲ୍‌ରେ ରିଲିଜ୍ ହେବା ପରେ ଏହାର ରୋଜଗାରର ପ୍ରାରମ୍ଭିକ ଆକଳନ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ରିଲିଜ୍ ହେବାର ପ୍ରଥମ ଦିନରେ ଏପର୍ଯ୍ୟନ୍ତ ୩.୨୯ କୋଟି ଟଙ୍କା କଲେକ୍ସନ୍‌ କରିଛି । ତେବେ ଏହାର ପୂରା ଅପ୍‌ଡେଟ୍‌ ରାତି ୧୦:୩୦ ପରେ ଆସିବ । ଏପରି ମଧ୍ୟ ଅନୁମାନ କରାଯାଉଛି ଯେ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ୨୦ ରୁ ୨୫ କୋଟି ଟଙ୍କା ଓପନିଂ କରିପାରେ । ଏହା ବ୍ୟତୀତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ରିଲିଜ୍‌ର ଶେଷ ସପ୍ତାହକୁ ୨୫ କୋଟି ଟଙ୍କାରୁ ଅଧିକ କଲେକ୍ସନ୍‌ କରିପାରେ ।

ଯଦି ଅପ୍‌କମିଂ ବୁକିଂକୁ ଦେଖିବା, ତାହେଲେ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ କୋଟି କୋଟି ଟଙ୍କା କଲେକ୍ସନ୍‌ କରିଛି । ସୂଚନା ମୁତାବକ, ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ର ପ୍ରଥମ ଦିନ ପାଇଁ ୧ ଲକ୍ଷ ୮୬ ହଜାର ୫ ଶହ ୭୫ ଟିକେଟ୍‌ ବୁକିଂ କରାଯାଇଛି । ଏହା ସହିତ ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ୪.୮୧ କୋଟି ଟଙ୍କା କଲେକ୍ସନ୍‌ କରିଛି ।

ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଆଜି ସାରା ଭାରତରେ ମୁକ୍ତିଲାଭ କରିଛି । ଏହି ଫିଲ୍ମ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମଧ୍ୟ ଏହି ଆକ୍ସନ୍-ଥ୍ରୀଲର ରିଲିଜ୍ ହୋଇଛି । ତେବେ ହିନ୍ଦୀରେ ଫିଲ୍ମଟି ଭଲ ରୋଜଗାର କରିଛି । ତେବେ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ୩୫୦୦ ପରଦାରେ ରିଲିଜ୍ ହୋଇଛି । ଏହି ଫିଲ୍ମର ରନ୍‌ ଟାଇମିଂ ୨ ଘଣ୍ଟା ୩୮ ମିନିଟ୍ ଏବଂ CBFC ଦ୍ୱାରା U / A ଦିଆଯାଇଛି । ଅଲୀ ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’। ଏହି ଫିଲ୍ମରେ ଅକ୍ଷୟ କୁମାର ଏବଂ ଟିଗ୍ ଶ୍ରଫ୍‌ଙ୍କ ବ୍ୟତୀତ ମନୁଷି, ଆଲାୟା ଏଫ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏବେ ଦେଖିବାରେ ଅଛି ଯେ ଅପ୍‌କମିଂ ଦିନମାନଙ୍କରେ ଏହି ଫିଲ୍ମ କେତେ କଲେକ୍ସନ୍‌ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.