ଦିଲ୍ଲୀ ମଦ ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଜେଲ୍‌ରୁ BRS ନେତା କେ. କବିତାଙ୍କୁ ଗିରଫ କଲା ସିବିଆଇ

ଦିଲ୍ଲୀ ମଦ ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତା କେ. କବିତାଙ୍କୁ ଗିରଫ କରିଛି । କବିତାଙ୍କୁ ଗୁରୁବାର ଗିରଫ କରାଯାଇଛି ।

ଦିଲ୍ଲୀ ମଦ ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତା କେ. କବିତାଙ୍କୁ ଗିରଫ କରିଛି । କବିତାଙ୍କୁ ଗୁରୁବାର ଗିରଫ କରାଯାଇଛି । କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ଶନିବାର ସିବିଆଇ ତାଙ୍କୁ ଜେଲରେ ପଚରାଉଚରା କରିଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୧୫ରେ ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କବିତାଙ୍କୁ ଗିରଫ କରିଥିଲା । ରାଉସ୍ ଆଭେନ୍ୟୁ କୋର୍ଟ ଏପ୍ରିଲ ୯ରେ କବିତାଙ୍କ ହେପାଜତ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । ପୂର୍ବ ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ସିବିଆଇ ଆଜି କବିତାଙ୍କୁ ଜେଲରୁ ଗିରଫ କରିଛି । ୨୪ ଘଣ୍ଟା ମଧ୍ୟରେ ତାଙ୍କୁ କୋର୍ଟରେ ଉପସ୍ଥାପନ କରି ହେପାଜତ ଦାବି କରାଯିବ । ସିବିଆଇ ଦୁର୍ନୀତି ନିବାରଣ ଏବଂ ୧୨୦ବି ଷଡଯନ୍ତ୍ର ଅଧୀନରେ ଅବକାରୀ ଦୁର୍ନୀତି ସମ୍ପର୍କିତ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା । ଏହାପରେ ଇଡିର ତଦନ୍ତରୁ ଜଣାପଡ଼ିଥିଲା ଯେ କେ. କବିତା ଆମ୍ ଆଦମୀ ପାର୍ଟି (AAP)କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି ।

ଏହାପୂର୍ବରୁ ସୋମବାର କୋର୍ଟ କବିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ । କୋର୍ଟ କହିଥିଲେ ଯେ ପ୍ରଥମତଃ ସେ କେବଳ ପ୍ରମାଣ ନଷ୍ଟ କରିନାହାନ୍ତି, ବରଂ ସାକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି । ଯଦି ତାଙ୍କୁ ଆଶ୍ୱସ୍ତି ଦିଆଯାଏ, ତେବେ ପୂରା ସମ୍ଭାବନା ଯେ ସେ ଏମିତି କରି ଚାଲିଥିବେ ।

ଇଡି ଅଭିଯୋଗ କରିଛି ଯେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ସେହି ‘ସାଉଥ୍‌ ଗ୍ରୁପ୍‌’ର ଜଣେ ପ୍ରମୁଖ ସଦସ୍ୟ, ଯାହା ରାଜଧାନୀ ଦିଲ୍ଲୀରେ ମଦ ଲାଇସେନ୍ସରେ ବଡ଼ ଭାଗ ପାଇବା ବଦଳରେ ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛି ।

You might also like