Below header

ଆଜି ଆସିପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। କିଏ କେଉଁଠୁ ଲଢିବେ, କାହାକୁ ମିଳିବ ଟିକେଟ୍ ? ବିଜେଡିର ପ୍ରାର୍ଥୀ ଘୋଷଣାକୁ ୫ ଦିନ ବିତିଥିବା ବେଳେ ବିଜେପିର ତାଲିକାକୁ ଅପେକ୍ଷା ରହିଛି ।

ଭୁବନେଶ୍ବର : ଆଜି ଆସିପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। କିଏ କେଉଁଠୁ ଲଢିବେ, କାହାକୁ ମିଳିବ ଟିକେଟ୍ ? ବିଜେଡିର ପ୍ରାର୍ଥୀ ଘୋଷଣାକୁ ୫ ଦିନ ବିତିଥିବା ବେଳେ ବିଜେପିର ତାଲିକାକୁ ଅପେକ୍ଷା ରହିଛି । ଚର୍ଚ୍ଚା ହେଉଛି ସମ୍ଭାବ୍ୟ ଲିଷ୍ଟରେ ବର୍ତ୍ତମାନର ବହୁ ବିଧାୟକ ରିପିଟ୍ ହେବା ସମ୍ଭାବନା ରହିଛି। ବର୍ତ୍ତମାନ ବିଜେପିର ୨୨ ଜଣ ବିଧାୟକ ଅଛନ୍ତି ।

ମୋହନ ମାଝୀ , ସୂର୍ଯ୍ୟବଂଶୀ ସୂରଜ, ଜୟନ୍ତ ଷଡ଼ଙ୍ଗୀ, କେ. ନାରାୟଣ ରାଓ, କୁସୁମ ଟେଟେଙ୍କ ଭଳି ବିଧାୟକଙ୍କୁ ପୁଣି ଟିକେଟ୍ ମିଳିପାରେ । ବ୍ରହ୍ମଗିରିରୁ ମୈଦାନକୁ ଓହ୍ଲାଇବେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଆରୀ ଉପାସନା ମାହାପାତ୍ର। ସେହିପରି ବିଜେଡି ଛାଡି ବିଜେପିରେ ମିଶିଥିବା ପୂର୍ବରୁ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ମିଳିପାରେ ଉତ୍ତର ଭୁବନେଶ୍ବରରୁ ଟିକେଟ ।

ଭୁବନେଶ୍ବର ଜୟଦେବରୁ ଅରବିନ୍ଦ ଢାଲି , ଖୋର୍ଦ୍ଧା କିମ୍ବା ବେଗୁନିଆରୁ ଲଢ଼ିପାରନ୍ତି ପ୍ରଶାନ୍ତ ଜଗବ୍ଦେବ। ସେହିପରି ଅନ୍ଯ ଦଳରୁ ଆସିଥିବା କିଛି ନେତାଙ୍କ ବି ବିଜେପି ଟିକେଟ୍ ଆଶାୟୀ ଅଛନ୍ତି । ଆଜି ୪୦ରୁ ୫୦ ନାଁ ଘୋଷଣା ହୋଇପାରେ । କେତେ ଜଣ ରିପିଟ୍ ହେବେ । କାହାର କଟିବ ଟିକେଟ୍ । କେତେ ନୂଆ ମୁହଁକୁ ସାମିଲ କରାଯିବ ତାଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.