Below header

ନିର୍ବାଚନ ପାଇଁ ଟଙ୍କା ଚାଲାଣ ସନ୍ଦେହ: ପୁଣି ଫେରିଲା କଳା କାଚ ଯାଞ୍ଚ, ନିୟମ ନମାନିଲେ ୫,୦୦୦ ଜରିମାନା

ପୁଣି ଫେରିଲା କଳା କାଚ ଯାଞ୍ଚ । ଆଜିଠାରୁ ହେବ କଡ଼ାକଡ଼ି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କମିସନରେଟ୍‌ ପୋଲିସ ନିଷ୍ପତ୍ତି ନେଇଛି । ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ବର DCPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ DCPଙ୍କ ସହ କଟକ ଭୁବନେଶ୍ବର DCPଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଫେରିଲା କଳା କାଚ ଯାଞ୍ଚ । ଆଜିଠାରୁ ହେବ କଡ଼ାକଡ଼ି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କମିସନରେଟ୍‌ ପୋଲିସ ନିଷ୍ପତ୍ତି ନେଇଛି । ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ବର DCPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ DCPଙ୍କ ସହ କଟକ ଭୁବନେଶ୍ବର DCPଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି।

ସୂଚନା ଅନୁସାରେ, କଳାକାଚ ଆଢ଼ୁଆଳରେ ନିର୍ବାଚନ ଲାଗି ଟଙ୍କା ଚାଲାଣ ସନ୍ଦେହ କରାଯାଉଛି । ଏହି କ୍ରମରେ ନିର୍ବାଚନ ସମୟରେ କଳା କାଚ, ୱିନଡ୍ ସ୍କ୍ରିନ କିମ୍ବା ଅନ୍ୟ କୌଣସି ଡାର୍କ ଫିଲ୍ମ ଲଗାଇଲେ ଏଣିକି ଦଣ୍ଡିତ ହେବେ। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି, ୫,୦୦୦ ଜରିମାନା ସହ ହୋଇପାରେ ୬ ମାସର ଜେଲ। କଳା କାଚ ଆଢ଼ୁଆଳରେ ନିର୍ବାଚନ ସମୟରେ ଚୋରା ଟଙ୍କା ଚାଲାଣ ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି। ଏନେଇ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଆର୍‌ଟିଓ ଓ ପୋଲିସ ମିଳିତ ଭାବେ ଏହି ପଦକ୍ଷେପ ନେବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଠାରୁ ଏହି ଅଭିଯାନ ଆରମ୍ଭ ହେବ। ତେଣୁ ଲୋକମାନେ ନିଜ ଗାଡ଼ିରୁ ବ୍ଲାକ୍ ଫିଲ୍ମ କିମ୍ବା ସେହିପରି ଅନ୍ୟ କିଛି ଲଗାଇଥିଲେ ତାହାକୁ କାଢ଼ିଦେବାକୁ କମିସନର୍‌ ପରାମର୍ଶ ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.