ଚୈତ୍ର ନବରାତ୍ରି ଆଜିଠାରୁ ଆରମ୍ଭ, ମା’ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଚୈତ୍ର ନବରାତ୍ରି ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ୧୭ ଏପ୍ରିଲ ରାମନବମୀ ତିଥିରେ ସମାପ୍ତ ହେବ । ନବରାତ୍ରିର ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଏ । ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ତେଣୁ ଆସନ୍ତୁ ଜାଣିବା କିପରି ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କିଭଳି ପୂଜା କରିବେ ।

ଚୈତ୍ର ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି । ଚୈତ୍ର ନବରାତ୍ରି ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ୧୭ ଏପ୍ରିଲ ରାମନବମୀ ତିଥିରେ ସମାପ୍ତ ହେବ । ନବରାତ୍ରିର ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଏ । ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ମା’ ଶୈଳପୁତ୍ରୀ ହିମାଳୟରାଜଙ୍କ ଝିଅ ଅଟନ୍ତି । ଶୈଳର ଅର୍ଥ ପାହାଡ । ମା’ଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ତାଙ୍କ ନାମ ଭଳି ସ୍ଥିରତା ରହିଥାଏ । ନବରାତ୍ରିର ପ୍ରଥମ ଦିନରେ ପୂଜାରେ ଅନେକ ବିଶେଷ ଜିନିଷର ଯତ୍ନ ନେବାକୁ ପଡିଥାଏ । ତେବେ ମା’ଙ୍କୁ ପୂଜା କରିବାର ବିଧି ଓ ବିଧାନ ଅଲଗା ହୋଇଥାଏ । ତେଣୁ ଆସନ୍ତୁ ଜାଣିବା କିପରି ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କିଭଳି ପୂଜା କରିବେ ।

ପୂଜା ମୁହୂର୍ତ୍ତ :

ନବରାତ୍ରିର ପ୍ରଥମ ଦିନର ଶୁଭ ମୁହୂର୍ତ୍ତ ସକାଳ ୬ଟା ୧୧ ମିନିଟରୁ ଆରମ୍ଭ ହୋଇ ୧୦ଟା ୨୩ ମିନିଟ ପର୍ଯନ୍ତ ରହିବ । ତେବେ ଅଭିଜିତ ମୁହୂର୍ତ୍ତ ଆଜି ସକାଳ ୧୧ଟା ୫୭ ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟା ୪୮ ମିନିଟ୍‌ ପର୍ଯ୍ୟନ୍ତ ରହିବ ।

କେମିତି କରିବେ ମା’ଙ୍କ ପୂଜା ?

ନବରାତ୍ରିର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ । ମା’ ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ ।

ମା’ଙ୍କୁ ଭୋଗ :

ଚୈତ୍ର ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ଶୁଦ୍ଧ ଦେଶୀ ଘିଅରେ ହଲଓ୍ଵା ଓ ଫଳ ଭୋଗ ଲଗାନ୍ତୁ ।

ଉପବାସ କରୁଥିଲେ :

ଯଦି ଆପଣ ଚୈତ୍ର ନବରାତ୍ରିରେ ଉପବାସ କରୁଚନ୍ତି, ତେବେ ପୂଜା କରିବା ପରେ କେବଳ ଜଳ ଏବଂ ଫଳ ଗ୍ରହଣ କରନ୍ତୁ । ଘରେ ରସୁଣ, ପିଆଜ, ମାଂସ ମାଛ ଇତ୍ୟାଦି ସେବନ ବର୍ଜନ କରନ୍ତୁ । ବ୍ରତ ରଖିଥିଲେ କଳା ରଙ୍ଗର କପଡା ବିଲକୁଲ ପିନ୍ଧନ୍ତୁ ନାହିଁ ।

ନବରାତ୍ରିର ପ୍ରଥମ ଦିନରେ ମାତାଙ୍କର ଶୈଳପୁତ୍ରୀଙ୍କୁ ଉପାସନା କରାଯାଏ । ହିମାଳୟଙ୍କର ଝିଅ ହୋଇଥିବାରୁ ତାଙ୍କ ନାମ ଶୈଳପୁତ୍ରୀ । ପୂର୍ବ ଜନ୍ମରେ ତାଙ୍କ ନାମ ସତୀ ଥିଲା ଯିଏକି ଭଗବାନ ଶିବଙ୍କ ପତ୍ନୀ ରହିଥିଲେ । ସତୀଙ୍କ ପିତା ଦକ୍ଷ ପ୍ରଜାପତି ଯେତେବେଳେ ଭଗବାନ ଶିବକୁ ଅପମାନ କରିଥିଲେ, ଏହି କାରଣ ଯୋଗୁଁ ଯଜ୍ଞ ଅଗ୍ନିରେ ନିଜକୁ ଭସ୍ମ କରିଦେଇଥିଲେ ସତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.