ଦୀର୍ଘ ୫୪ ବର୍ଷ ପରେ ଦୃଶ୍ୟମାନ ହେଲା ଏକ ବିରଳ ସୂର୍ଯ୍ୟୋପରାଗ, ୫ ଘଣ୍ଟା ୧୦ ମିନିଟ୍ ଧରି ଚାଲିଲା ଛାଇ ଆଲୁଅ ଖେଳ

ଦୀର୍ଘ ୫୪ ବର୍ଷ ପରେ ଦୃଶ୍ୟମାନ ହୋଇଛି ଏଭଳି ବିରଳ ସୂର୍ଯ୍ୟୋପରାଗ । ଦେଖିବାକୁ ମିଳିଲା ବର୍ଷର ପ୍ରଥମ ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ଆମେରିକାରେ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ ।

ନୂଆଦିଲ୍ଲୀ : ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ରହିଛି । ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି ଓ ବିଜ୍ଞାନର ଅଗ୍ରଗତି ହେଲାଣି । ଯାହାଫଳରେ ଆମେ ଜାଣିସାରିଲେଣି କି ଗ୍ରହଣ ଓ ପରାଗ କାହିଁକି ଓ କିପରି ସଂଘଟିତ ହୁଏ । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ସୂର୍ଯ୍ୟୋପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଓ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ଏହା ରାତିର ଭ୍ରମ ସୃଷ୍ଟି କରିଥାଏ । ଯାହା ଗତକାଲି ଆମେରିକାରେ ଦେଖିବାକୁ ମିଳିଛି ।

ଆମେରିକାରେ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଦେଖିବାକୁ ମିଳିଲା ବର୍ଷର ପ୍ରଥମ ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ବିଶ୍ବର କିଛି ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଭାରତରେ ଦୃଶ୍ୟମାନ ହୋଇନି । କାରଣ ଭାରତରେ ରାତି ସମୟରେ ସଂଘଟିତ ହୋଇଛି ସୂର୍ଯ୍ୟୋପରାଗ । ନାସାର ଲାଇଭ୍ ଷ୍ଟ୍ରିମିଂରେ ଭାରତବାସୀ ଏହି ମହାକାଶୀୟ ଘଟଣାକୁ ଦେଖି ପାରିଛନ୍ତି ।

ତେବେ କାନାଡା ଓ ମେକ୍ସିକୋରେ ମଧ୍ୟ କେତେକ ସ୍ଥାନରେ ଦୃଶ୍ୟମାନ ହୋଇଛି ପୂର୍ଣ୍ଣ ସୂର୍ଯ୍ୟୋପରାଗ । ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେଉଥିବା ଯୋଗୁଁ ଆମେରିକାର କିଛି ଅଂଶ ଦିନ ସମୟରେ ଅନ୍ଧାର ହୋଇଯାଇଥିଲା । ତେବେ ସୂର୍ଯ୍ୟ ଅସ୍ତ ହୋଇନଥିଲେ ବରଂ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିଥିଲେ । ସୂର୍ଯ୍ୟଙ୍କ ଆଲୋକକୁ ଏହା ଘୋଡ଼ାଇ ଦେଇଥିବା କୁହାଯାଇଛି ।

ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ଏହି ସୂର୍ଯ୍ୟୋପରାଗ ଆରମ୍ଭ ହେଇ, ଭୋର ୨ଟା ୨୨ ମିନିଟ ସମୟରେ ଶେଷ ହୋଇଛି । ୫ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିଲା ଲମ୍ବା ସୂର୍ଯ୍ୟୋପରାଗ । ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଝି ଦେଇ ଚନ୍ଦ୍ର ଅତିକ୍ରମ କରିଥାଏ ସେତେବେଳ କିଛି କ୍ଷଣ ପାଇଁ ସୂର୍ଯ୍ୟ ଲୁଚି ଯାଆନ୍ତି । ଆକାଶ ଅନ୍ଧାର ହୋଇଯାଏ ଆଉ ସଂଘଟିତ ହୁଏ ସର୍ଯ୍ୟୋପରାଗ ।

ଦୀର୍ଘ ୫୪ ବର୍ଷ ପରେ ଦୃଶ୍ୟମାନ ହୋଇଛି ଏଭଳି ବିରଳ ସୂର୍ଯ୍ୟୋପରାଗ । ତେବେ ସୂର୍ଯ୍ୟଙ୍କ ଉପରେ ଗବେଷଣାରତ ଥିବା ଆଦିତ୍ୟ ଏଲ୍-୧ କିନ୍ତୁ ଚନ୍ଦ୍ର ପଛରେ ରହି ଯାଇଥିବାରୁ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗକୁ ଦେଖି ପାରିଲା ନାହିଁ । ତେବେ ଏହି ସୂର୍ଯ୍ୟୋପରାଗ ଭାରତ ତଥା ଆମ ରାଜ୍ୟ ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଏହା ପାଳନ ହୋଇନାହିଁ । ପୁରୀରେ ଶ୍ରୀଜୀଉଙ୍କ ଠାରେ ମଧ୍ୟ କୌଣସି ସ୍ୱତନ୍ତ୍ର ରୀତିନୀତି ନଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ।

ତେବେ ସୂଚନା ଥାଉକି, ପୂର୍ଣ୍ଣ ସୂର୍ଯ୍ୟୋପରାଗ ବିଭିନ୍ନ ପର୍ଯ୍ୟାୟରେ ସମ୍ପନ୍ନ ହୋଇଥାଏ ।  ତେବେ ଏହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟକୁ  ଆଚ୍ଛାଦିତ କରୁଥିବାରୁ  ଏହା ହେଉଛି ଏକମାତ୍ର ସମୟ ଯେତେବେଳେ ସୂର୍ଯ୍ୟୋପରାଗ କୌଣସି ଚଷମା କିମ୍ବା ସୁରକ୍ଷା ବିନା ଦେଖିହେବ।  ବାକି ସମୟରେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ଚଷମା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ ବୋଲି ନାସାର ଏକ ରିପୋର୍ଟରେ କୁହାଯାଇଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.