ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ, ଦେହରେ ସ୍ବତନ୍ତ୍ର ପ୍ୟାକେଟ ବାନ୍ଧି ନେଉଥିବା ବେଳେ ୩ ଗିରଫ

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ୩ ଜଣ ଯୁବକଙ୍କୁ ବାନ୍ଧିଲା ମାଲକାନଗିରି ଅର୍କେଲ ପୋଲିସ । ଦେହରେ ସ୍ବତନ୍ତ୍ର ପ୍ୟାକେଟ କରି ଗଞ୍ଜେଇ ଚୋରା ଚାଲାଣ ବେଳେ ବନ୍ଧାହେଲେ । ଜବତ ହେଲା ୩୮ କେଜି ଗଞ୍ଜେଇ ।

ମାଲକାନଗିରି (କେନ୍ୟୁଜ): ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ୩ ଜଣ ଯୁବକଙ୍କୁ ବାନ୍ଧିଲା ମାଲକାନଗିରି ଅର୍କେଲ ପୋଲିସ । ଦେହରେ ସ୍ବତନ୍ତ୍ର ପ୍ୟାକେଟ କରି ଗଞ୍ଜେଇ ଚୋରା ଚାଲାଣ ବେଳେ ବନ୍ଧାହେଲେ । ଜବତ ହେଲା ୩୮ କେଜି ଗଞ୍ଜେଇ । ଅର୍କେଲ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଚିତ୍ରକୋଣ୍ଡା ଛକ ନିକଟରେ ୩ ଜଣ ଯୁବକ ଛିଡା ହୋଇଥିଲେ । ତେବେ ପୋଲିସକୁ ଦେଖି ଏମାନେ ଦୌଡ଼ିବାକୁ ଲାଗିଲେ। ପୋଲିସ ତୁରନ୍ତ ଏମାନଙ୍କୁ କାବୁ କରି ଯାଞ୍ଚ କରିବା ପରେ ଏମାନଙ୍କ ପାଖରେ ଗଞ୍ଜେଇ ଥିବା ଜଣା ପଡିଥିଲା । ଏହି ଯୁବକମାନେ ଏକ ସ୍ବତନ୍ତ୍ର ପ୍ୟାକେଟ ପ୍ରସ୍ତୁତ କରି ନିଜ ଦେହରେ ଗଞ୍ଜେଇ ବାନ୍ଧି ରଖିଥିଲେ। ସେମାନଙ୍କ ନିକଟରୁ ୩୮ କେଜି ଗଞ୍ଜେଇ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଅନ୍ୟପଟେ ଏପ୍ରିଲ ୩ ତାରିଖରେ ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ୧ କୁଇଣ୍ଟାଲ୍ ୯୭ କେଜି ଗଞ୍ଜେଇ ଜବତ କରିଥିଲା। ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କୋର୍ଟ ଚଳଣ କରିଥିଲା । ଗିରଫ ବ୍ୟକ୍ତିମାନେ ହେଲେ ରାମକୃଷ୍ଣ ସାହୁ, ସୁଶାନ୍ତ ସାହୁ ଓ ସନ୍ତୋଷ ଜାନୀ ।

ସୂଚନା ଅନୁସାରେ ମୋହନାରୁ ବ୍ରହ୍ମପୁରକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିଲା । ଏହି ସମୟରେ ଗଜପତି ଜିଲ୍ଲା ମୋହନା ଥାନା ପୋଲିସ କମଳାପୁର ଛକରେ ପାଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଟ୍ରାକ୍ଟରରୁ ୧ କୁଇଣ୍ଟାଲ୍ ୯୭ କେଜି ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.