ଏଠାରେ ବାଘମାନେ ରଖନ୍ତି ବ୍ରତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆରେ ଏପରି ଏକ ନନ୍ଦନକାନନ ଅଛି ଯେଉଁଠାରେ ବାଘମାନେ ବ୍ରତ ରଖନ୍ତି । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ କିନ୍ତୁ ଏଭଳି କିଛି ସତରେ ହେଉଛି । ଏଠାରେ ବାଘମାନେ ସପ୍ତାହକୁ ଗୋଟିଏ ଦିନ ବ୍ରତ ରଖନ୍ତି ।

ଭାରତର ଲୋକମାନେ ସୁଖ ସମୃଦ୍ଧି ପାଇଁ ବ୍ରତ ରଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ବ୍ରତକୁ ନେଇ ଏକ ନୂଆ ତଥ୍ୟ ଜଣାଇବାକୁ ଯାଉଛୁ । ମଣିଷ ବ୍ରତ ରଖିବା ସାଧାରଣ କଥା କିନ୍ତୁ ବାଘ ବ୍ରତ ରଖିବା କଥା ଆପଣ ହୁଏତ କେବେ ଶୁଣି ନଥିବେ । ତେବେ ଦୁନିଆରେ ଏପରି ଏକ ନନ୍ଦନକାନନ ଅଛି ଯେଉଁଠାରେ ବାଘମାନେ ବ୍ରତ ରଖନ୍ତି । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ କିନ୍ତୁ ଏଭଳି କିଛି ସତରେ ହେଉଛି । ଏଠାରେ ବାଘମାନେ ସପ୍ତାହକୁ ଗୋଟିଏ ଦିନ ବ୍ରତ ରଖନ୍ତି । ମାଂସ ନଖାଇ ଉପବାସ କରନ୍ତି ଏଠାକାର ବାଘ । ତେବେ ମାଂସ ନଖାଇବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ନେପାଳର ସେଣ୍ଟ୍ରାଲ ଚିଡ଼ିଆଖାନାରେ ଥିବା ବାଘମାନଙ୍କୁ ଗୋଟିଏ ଦିନ ମାଂସ ଖାଇବାକୁ ଦିଆଯାଏନି । ଜାଣିଶୁଣି ବାଘମାନଙ୍କୁ ଭୋକରେ ରଖାଯାଏ । ତେବେ ବାଘମାନଙ୍କୁ ଖାଦ୍ୟ ନଦେବାର ଏକ ଭିନ୍ନ କାରଣ ରହିଛି । କିଛି ଦିନ ପୂର୍ବରୁ ନନ୍ଦନକାନନର ସୂଚନା ଅଧିକାରୀ ଗଣେଶ କୋଇରାଲା କହିଛନ୍ତି ଯେ ବାଘମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରଖିବା ପାଇଁ ଏହି ମାଂସାହାରୀ ଜୀବଙ୍କୁ ଶନିବାର ଦିନ ମାଂସ ଦିଆଯାଏ ନାହିଁ । ସେମାନେ ମାଂସ ନଖାଇ ଗୋଟିଏ ଦିନ ବିତାଇଥାନ୍ତି ।

କୋଇାରାଲାଙ୍କ କହିବା ଅନୁସାରେ ନନ୍ଦନକାନନରେ ବାଘମାନଙ୍କର ଖାଦ୍ୟ ପାନୀୟର କୌଣସି ସମସ୍ୟା ନାହିଁ କିନ୍ତୁ ସେମାନଙ୍କୁ ଖାଦ୍ୟ ନଦେବା ପଛରେ ଏକ ଭିନ୍ନ କାରଣ ରହିଛି । ବାଘମାନଙ୍କ ଓଜନକୁ ଠିକ୍‌ ରଖିବା ପାଇଁ ସେମାନଙ୍କୁ ବ୍ରତ ରଖିବା ପାଇଁ ବାଧ୍ୟ କରାଯାଏ । ସାଧାରଣତଃ ବାଘୁଣୀକୁ ୫ କିଲୋ ମଇଁଷି ମାଂସ ଏବଂ ବାଘକୁ ୬ କିଲୋ ମାଂସ ଦିଆଯାଇଥାଏ । କିନ୍ତୁ ଶନିବାର ଦିନ ସେମାନଙ୍କୁ ମାଂସ ଦିଆଯାଇ ନଥାଏ । ଏଭଳି କରିବା ଦ୍ୱାରା ସେମାନଙ୍କ ହଜମ ଶକ୍ତି ମଜବୁତ ହୋଇଥାଏ ।

ଏକ୍ସପର୍ଟଙ୍କ ଅନୁସାରେ ବାଘ ମୋଟା ହୋଇଗଲେ ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ସେମାନଙ୍କ ପେଟ ତଳେ ଚର୍ବି ଜମା ହେବାକୁ ଲାଗେ । ସେମାନେ ଦୌଡ଼ିବା ସମୟରେ ଥକି ଯାଆନ୍ତି ଏବଂ ଶିକାର କରିପାରନ୍ତି ନାହିଁ । ସେମାନଙ୍କୁ ଔଷଧ ଦେଇ ଏସବୁ ସମସ୍ୟାକୁ ଠିକ୍‌ କରିହେବ । କିନ୍ତୁ ଏହି ଉପାୟ ଠିକ୍‌ ନୁହେଁ । ବ୍ରତ ରଖିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସେ । ମାଂସାହାରୀ ଜୀବ ଗୋଟିଏ ଦିନ ନଖାଇଲେ ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.