ଆମେରିକାରେ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ, ଦେଖିବାକୁ ମିଳିଲା ବର୍ଷର ପ୍ରଥମ ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ

ଆମେରିକାରେ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଦେଖିବାକୁ ମିଳିଲା ବର୍ଷର ପ୍ରଥମ ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ବିଶ୍ବର କିଛି ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଭାରତରେ ଦୃଶ୍ୟମାନ ହୋଇନି ।

ନୂଆଦିଲ୍ଲୀ : ଆମେରିକାରେ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଦେଖିବାକୁ ମିଳିଲା ବର୍ଷର ପ୍ରଥମ ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ବିଶ୍ବର କିଛି ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଭାରତରେ ଦୃଶ୍ୟମାନ ହୋଇନି । କାରଣ ଭାରତରେ ରାତି ସମୟରେ ସଂଘଟିତ ହୋଇଛି ସୂର୍ଯ୍ୟୋପରାଗ । ନାସାର ଲାଇଭ୍ ଷ୍ଟ୍ରିମିଂରେ ଭାରତବାସୀ ଏହି ମହାକାଶୀୟ ଘଟଣାକୁ ଦେଖି ପାରିଛନ୍ତି । କାନାଡା ଓ ମେକ୍ସିକୋରେ ମଧ୍ୟ କେତେକ ସ୍ଥାନରେ ଦୃଶ୍ୟମାନ ହୋଇଛି ପୂର୍ଣ୍ଣ ସୂର୍ଯ୍ୟୋପରାଗ ।

ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ଏହି ସୂର୍ଯ୍ୟୋପରାଗ ଆରମ୍ଭ ହେଇ, ଭୋର ୨ଟା ୨୨ ମିନିଟ ସମୟରେ ଶେଷ ହୋଇଛି  । ୫ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିଲା ଲମ୍ବା ସୂର୍ଯ୍ୟୋପରାଗ। ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଝି ଦେଇ ଚନ୍ଦ୍ର ଅତିକ୍ରମ କରିଥାଏ ସେତେବେଳ କିଛି କ୍ଷଣ ପାଇଁ ସୂର୍ଯ୍ୟ ଲୁଚି ଯାଆନ୍ତି । ଆକାଶ ଅନ୍ଧାର ହୋଇଯାଏ ଆଉ ସଂଘଟିତ ହୁଏ ସର୍ଯ୍ୟୋପରାଗ । ଦୀର୍ଘ ୫୪ ବର୍ଷ ପରେ ଦୃଶ୍ୟମାନ ହୋଇଛି ଏଭଳି ବିରଳ ସୂର୍ଯ୍ୟୋପରାଗ । ତେବେ ସୂର୍ଯ୍ୟଙ୍କ ଉପରେ ଗବେଷଣାରତ ଥିବା ଆଦିତ୍ୟ ଏଲ୍-୧ କିନ୍ତୁ ଚନ୍ଦ୍ର ପଛରେ ରହି ଯାଇଥିବାରୁ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗକୁ ଦେଖି ପାରିଲା ନାହିଁ ।  ତେବେ ଏହି ସୂର୍ଯ୍ୟୋପରାଗ ଭାରତ ତଥା ଆମ ରାଜ୍ୟ ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଏହା ପାଳନ ହୋଇନାହିଁ । ପୁରୀରେ ଶ୍ରୀଜୀଉଙ୍କ ଠାରେ ମଧ୍ୟ କୌଣସି ସ୍ୱତନ୍ତ୍ର ରୀତିନୀତି ନଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.