ରାଜଧାନୀରେ ଚାଞ୍ଚଲ୍ୟ, ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱରର ବଡଗଡ଼ ଥାନା ଅଞ୍ଚଳରେ ଏକ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଜଗଦଳପୁରର ୨୧ ବର୍ଷୀୟା ସରୋଜିନୀ ସୁନ୍ଦରାୟ । ସରୋଜିନୀ ଏକ ହୋଟେଲରେ କାମ କରୁଥିଲେ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରର ବଡଗଡ଼ ଥାନା ଅଞ୍ଚଳରେ ଏକ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଜଗଦଳପୁରର ୨୧ ବର୍ଷୀୟା ସରୋଜିନୀ ସୁନ୍ଦରାୟ । ସରୋଜିନୀ ଏକ ହୋଟେଲରେ କାମ କରୁଥିଲେ ବୋଲି ସୂଚନା ମିଳିଛି । ଝିଅଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ତାଙ୍କ ପରିବାର ପହଞ୍ଚିଛନ୍ତି।
ସୋମବାର ରାତିରେ ସରୋଜିନୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ତେବେ ପରିବାରର ବିନା ଅନୁମତିରେ ହଷ୍ଟେଲ କବାଟ କାହିଁକି ଭଙ୍ଗାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଆଇନଜୀବୀ । ଆଇନଜୀବୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଏକାଧିକ ଯୁବତୀଙ୍କୁ ଘର ମାଲିକ ବିନା କୌଣସି ପ୍ରମାଣପତ୍ରରେ ରଖିଛନ୍ତି, ଯାହା ସନ୍ଦେହ ପ୍ରକଟ କରୁଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।