ବାରମ୍ବାର ଚେତାବନୀ ପରେ ମଧ୍ୟ ନିୟମ ମାନୁନାହାନ୍ତି ସ୍କୁଲ ବସ୍, ପିଲାଙ୍କ ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

କେତେ ସୁରକ୍ଷିତ ସ୍କୁଲ ବସ୍ । ଅନୁଗୋଳ ସହରରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଅଛି କିନ୍ତୁ କିଛି ଶିକ୍ଷାନୁଷ୍ଠାନ ପରିବହନ ବିଭାଗର ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି ଯାହାଫଳରେ ଛାତ୍ର ଛାତ୍ରୀ ମାନେ ସ୍କୁଲ ବସରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି ।

ଅନୁଗୋଳ(କେନ୍ୟୁଜ): କେତେ ସୁରକ୍ଷିତ ସ୍କୁଲ ବସ୍ । ଏ ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ କହିବାକୁ ଗଲେ ଅନୁଗୋଳ ସହରରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଅଛି କିନ୍ତୁ କିଛି ଶିକ୍ଷାନୁଷ୍ଠାନ ପରିବହନ ବିଭାଗର ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି ଯାହାଫଳରେ ଛାତ୍ର ଛାତ୍ରୀ ମାନେ ସ୍କୁଲ ବସରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ବାରମ୍ବାର ଚେତାବନୀ ପରେ ମଧ୍ୟ ନିୟମ ମାନୁନାହାନ୍ତି ସ୍କୁଲ ବସ୍ । ନା ବସ୍ ଆଗରେ ସ୍କୁଲର ନାମ ଓ ଫୋନ୍ ନମ୍ବର ଲେଖୁଛନ୍ତି ନା ଫିଟ୍ ନେସ୍ ସାର୍ଟିଫିକେଟ୍ ନା ରୁଟ୍ ଚାର୍ଟ ଲଗାଉଛନ୍ତି ।

ବସ୍ ରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ପ୍ରାଥମିକ ଚିକିତ୍ସା ବାକ୍ସ ମହଜୁଦ ରହିବା ତ ସ୍ବପ୍ନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରିବହନ ବିଭାଗ ପକ୍ଷରୁ ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ନେବାଆଣିବା କରୁଥିବା ସ୍କୁଲ ବସ୍ ର ଆଗରେ ଓ ପଛରେ ‘ସ୍କୁଲ ବସ୍ ’ ଲେଖା ରହିବ।

ଘରୋଇ ବସ୍ ହୋଇଥିଲେ, ‘ଅନ୍ ସ୍କୁଲ ଡ୍ୟୁଟି’ ଲେଖାଯିବ। ଉଭୟ ପାର୍ଶ୍ବରେ ବିଦ୍ୟାଳୟର ନାମ ଓ ଫୋନ ନମ୍ବର ମଧ୍ୟ ରହିବ। ଏହାଦ୍ବାରା ବସ୍ ଟିକୁ ସହଜରେ ଚିହ୍ନଟ କରିହେବ। ଏହାସହ ବସ୍ ରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ପ୍ରାଥମିକ ଚିକିତ୍ସା ବାକ୍ସ ରଖିବା ମଧ୍ୟ ବାଧ୍ୟତାମୂଳକ । ବସ୍ ଝରକାଗୁଡ଼ିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ ।

ସେହିପରି ସ୍କୁଲ ବସ୍ ଗୁଡ଼ିକ ୫୦କିଲୋମିଟରରୁ ଅଧିକ ବେଗରେ ଯାତାୟାତ କରିପାରିବ ନାହିଁ ବୋଲି କୁହାଯାଇଛି । ସେହିପରି ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ଼ ଲାଇସେନ୍ସ ରଖିବା ଜରୁରୀ । ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ । ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ ମଧ୍ୟରେ ସ୍ପେସ ରହିବା ଦରକାର । ବାରମ୍ବାର ସ୍କୁଲ୍‌ ବସ୍‌ ଦୁର୍ଘଟଣା ଘଟୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ହେଲେ ଏସବୁର ତଦାରଖ କରିବାକୁ କେହି ନାହିଁ । ପରିବହନ ବିଭାଗ ପକ୍ଷରୁ ମଧ୍ୟ ରୀତିମତ ଯାଞ୍ଚ କରାଯାଉନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଯାତାୟାତ ଦିନକୁ ଦିନ ବିପଜ୍ଜନକ ହେବାରେ ଲାଗିଛି । ତେବେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡିର ନିହାତୀ କଡାକଡି ଯାଞ୍ଚ ହେବା ଉଚିତ୍ ।

ଏନେଇ ପ୍ରତିଦିନ ସ୍ୱତନ୍ତ୍ର ଡ୍ରାଇଭ୍‌ ଚାଲିବା ଆବଶ୍ୟକ । ଏହି ସ୍ପେଶାଲ୍‌ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟନେସ୍‌, ପରମିଟ , ଇନ୍‌ସ୍ୟୁରାନ୍‌ସ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଗଲେ, ସ୍କୁଲ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାରେ ନିହାତୀ ସଫଳ ହୋଇପାରିବା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.