Below header

ରାଜଧାନୀକୁ ଫେରିଲେଣି କଳା ପଲସର ଆତଙ୍କକାରୀ, ଗଭୀର ନିଦରେ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଯେମିତି ଭାବରେ ଛିନତାଇ, ରାହାଜାନୀ, ଲୁଟ୍, ଡକାୟତି ବଢ଼ିଚାଲିଛି ଏଥିରେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହାନ୍ତି ।ପୋଲିସକୁ ଚାଲେଞ୍ଜ ଦେଇ ଅପରାଧୀମାନେ ନିଜର ଦବଦବା ଜାହିର କରୁଛନ୍ତି। ଏମିତି ଏକ ଘଟଣା  ଘଟିଛି ବାଲିଅନ୍ତା ଥାନା  ଅଞ୍ଚଳରେ।

ଅଭିଯୋଗକାରୀ ବିଶ୍ଵଦେବ ପାତ୍ରଙ୍କ  ସୂଚନା ଅନୁସାରେ, ଘଟଣା ଦିନ ସେ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ରାସ୍ତାରେ ନିଜ ଘର ବଇଁଚୁଆ ପଟରା ସାହିକୁ ଫେରୁଥିଲେ। ଏହି ସମୟରେ ରଙ୍ଗ ବଜାର ପୂର୍ବରୁ ବାଲିଘାଟ ଅନ୍ଧାର ରାସ୍ତା ନିକଟରେ ତିନିଜଣ ଯୁବକ କଳା ପଲସରରେ  ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଠାରୁ ଗୋଟିଏ ସୁନା ଚେନ ଓ ଗୋଟିଏ ବ୍ରେସଲେଟ୍ ଲୁଟିନେଇଛନ୍ତି। କେବଳ ବେସଲଟର   ଓଜନ ୭୦ଗ୍ରାମ ହେବ ବୋଲି ଅଭିଯୋଗକାରୀ ଏତଲାରେ ଦର୍ଶାଇଛନ୍ତି।ଅଭିଯୋଗକାରୀ ବିଶ୍ୱଦେବ  ଏକଥାକୁ ନେଇ ସ୍ଥାନୀୟ ବାଲିଅନ୍ତା ଥାନାରେ ଏତଲା କରିଥିଲେ ।ତାଙ୍କ ଏତଲା ଆଧାରରେ ବାଲିଅନ୍ତା ପୋଲିସ କେବଳ ମାମଲା ରୁଜ୍ଜୁ କରି ବସି ଯାଇଛି  ।

ବିଶ୍ଵଦେବଙ୍କ ଘଟଣା ପରଦିନ ଆଉ ଜଣେ ମହିଳା ସ୍ବାମୀ ସହିତ ଭୋଜି ଖାଇ ଘରକୁ ଫେରୁ ଥିବାବେଳେ ସେମିତି  ବ୍ଲାକ ପଲସରରେ ତିନିଜଣ ଯୁବକ ଆସି ମହିଳାଙ୍କ ଠାରୁ ସୁନା ହାର କାନଫୁଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ଦିନକୁଦିନ ଏହି ଅଞ୍ଚଳରେ  ଯେଉଁ ଭଳି ଭାବରେ ଚୋର ଡକାୟତ ମତିଛନ୍ତି ଲୋକଙ୍କ ଭିତରେ ଛନକା ପଶିଯାଇଛି।ପୋଲିସର  ନିଷ୍କୀୟତାକୁ ଦେଖି ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି ଏସବୁ ବନ୍ଦ୍ ହେବ କେବେ? ଏହି କଳାପଲସର ଆତଙ୍କକାରୀ  କେବେ ଗିରଫ ହେବେ? ଏବେ ତାହାହିଁ ଦେଖିବାକୁ ବାକିରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.