କେନ୍ଦ୍ରାପଡ଼ାରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବିସ୍ଫୋରଣ ଘଟଣା: ଏସସିବିରେ ୩୪ ଜଣ ଚିକିତ୍ସିତ, ୫ ଅତି ଗୁରୁତର

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ବିସ୍ଫୋରଣ ଘଟଣାରେ ଆହତ ୪୦ ଜଣଙ୍କ ମଧ୍ୟରୁ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୪ ଜଣ । ସେମାନଙ୍କ ଭିତରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୫ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଅନ୍ୟ ୨୩ ଜଣଙ୍କୁ ବର୍ଣ୍ଣ ଓ୍ଵାର୍ଡରେ ଚିକିତ୍ସା କରାଯାଉଛି ।

ଶରୀର ଭିତରକୁ କେତେ ପରିମାଣରେ ଧୂଆଁ ଯାଇଛି ସେ ନେଇ ଅନୁଧ୍ୟାନ କରୁଛନ୍ତି ଡାକ୍ତର । ଚିକିତ୍ସା ପାଇଁ ପ୍ଲାଷ୍ଟିକ ସର୍ଜରୀ ଓ ସର୍ଜରୀ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଏସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.