ଡାକ୍ତର କରୁଛନ୍ତି ସମସ୍ତ ଚେଷ୍ଟା, କିନ୍ତୁ କୌଣସି ଚିକିତ୍ସା ଗ୍ରହଣ କରୁନି ବିକ୍ରମ ଗୋଖଲେଙ୍କ ଶରୀର

ଭେଟେରାନ କଳାକାର ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ ପୁନେ ସ୍ଥିତି ହସପିଟାଲରେ ଭେଣ୍ଟିଲେଟରେ ରଖାଯାଇଛି। ବିକ୍ରମଙ୍କର ମଲ୍ଟିଅର୍ଗାନ ଫେଲିଅର ହେବା ଯୋଗୁଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ନୂଆ ଅପଡେଟ୍‌ ଆସିଛି।

ଅଭିନେତାଙ୍କର ଜଣେ ବନ୍ଧୁ ରାଜେଶ ଦାମଲେ କହିଛନ୍ତି, ବିକ୍ରମ ଗୋଖଲଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଡାକ୍ତର ନିଜ ତରଫରୁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କ ଶରୀର ଏବେ କୌଣସି ଚିକିତ୍ସାକୁ ଗ୍ରହଣ କରୁନାହିଁ। ଗତ ୨୪ ଘଣ୍ଟା ହେଲାଣି ଜୀବନ ସହିତ ଯୁଦ୍ଧ କରୁଛନ୍ତି। ମଲ୍ଟିଅର୍ଗାନ ଫେଲିଅର ହେବା ଯୋଗୁଁ ଭେଣ୍ଟିଲେଟରରେ ରହିଛନ୍ତି। ଡାକ୍ତର ସମସ୍ତ ପ୍ରକାରର ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ କୌଣସି ପ୍ରତିକ୍ରିୟା ମିଳୁନାହିଁ ।

ସୂଚନାଯୋଗ୍ୟ, ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ରଖାଯାଇଛି। ହେଲେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ଯେଉଁଥିପାଇଁ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଉ ଏହି ଖବରକୁ ଖଣ୍ଡନ କରି ଏକ ଷ୍ଟେଟମେଣ୍ଟ ଜାରି କରିଥିଲେ ତାଙ୍କ ଝିଅ।  ଏନେଇ ତାଙ୍କ ଝିଅ ନେହା କହିଥିଲେ ଯେ, ବିକ୍ରମ ଗୋଖଲେ କୋମାରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କ ମୃତ୍ୟୁ ଖବର ଏକ ଗୁଜବ। ଏଠାରେ, ଗୋଖଲେଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଅନେକ ସେଲିବ୍ରେଟ୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ।

ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ବିକ୍ରମ ଗୋଖଲେଙ୍କ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟପଟେ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଅଭିନେତାଙ୍କ ମୃତ୍ୟୁ ଖବରକୁ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାବ୍ୟତୀତ ମଧୁର ଭଣ୍ଡାର ମଧ୍ୟ ବିକ୍ରମଙ୍କ ଏକ ଫଟୋ ସେୟାର କରି ଟ୍ୱିଟ୍ କରି କହିଛନ୍ତି, “ଶ୍ରେଷ୍ଠ ପ୍ରତିଭାଶାଳୀ ଅଭିନେତା ବିକ୍ରମ ଗୋଖଲେ ଜୀଙ୍କର ଦେହାନ୍ତ ବିଷୟରେ ଶୁଣି ଦୁଃଖିତ। ହିନ୍ଦୀ ଏବଂ ମରାଠୀ ସିନେମାରେ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ।

ବିକ୍ରମ ଗୋଖଲେ ୨୬ ବର୍ଷ ବୟସରେ ୧୯୭୧ରେ ଅଭିତାଭ ବଚ୍ଚନଙ୍କ ସହିତ ଫିଲ୍ମ ‘ପରଓ୍ଵାନା’ରେ କ୍ୟାରିଅର ଆରମ୍ଭ କରିଥିଲେ । ୪୦ ବର୍ଷରୁ ଅଧିକ ସମୟ କ୍ୟାରିଅରରେ ଗୋଖଲେ ମରାଠୀ, ବଲିଉଡ ଫିଲ୍ମରେ କାମ କରିଛନ୍ତି। ୧୯୯୦ରେ ଅଗ୍ନିପଥ, ୧୯୯ରେ ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଭୁଲ୍‌ ଭୁଲୈୟା, ଦିଲ୍‌ ସେ, ଦେ ଦନାଦନ, ହିଚକୀ, ନିକମ୍ମା ଓ ମିଶନ ମଙ୍ଗଲ ଭଳି ଅନେକ ବଲିଉଡ୍‌ ହିଟ୍‌ ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି।