Below header

ମହାନଦୀରେ ଚାଲିଛି ବେଆଇନ ବ୍ଲାଷ୍ଟିଂ, କୋଶଳା ମାଛ ଧରିବା ପାଇଁ ହେଉଛି ଏମିତି କାମ

ସମ୍ବଲପୁର (କେନ୍ଯୁଜ) : ହୁମା ସ୍ଥିତ ବକ୍ର ଶିବ ମନ୍ଦିର  ନିକଟରେ ଯାଇଥିବା ମହାନଦୀରେ ଚାଲିଛି ବେଆଇନ ବ୍ଲାଷ୍ଟିଂ | ମାଛ ମାରିବା ପାଇଁ ମହାନଦୀରେ ନିୟମିତ ଚାଲିଛି ଏଭଳି ବେଆଇନ ବ୍ଲାଷ୍ଟିଂ |  ତେବେ ହୁମା ନିକଟସ୍ଥ ମହାନଦୀରେ  ଦେଖାଯାଉଥିବା ଦୁର୍ଲଭ ତଥା ବିରଳ ପ୍ରଜାତିର ମାଛକୁ କୋଶଳା ମାଛ ନାଁରେ ବିକ୍ରି କରାଯାଇଥାଏ  ଓ ଏହାର ମୂଲ୍ୟ ମଧ୍ୟ ଅନ୍ୟ ମାଛ ଠାରୁ ଢେର ବେଶୀ ।  ନଦୀ ଭିତରେ କୁଡୋ ମାଛ ମାରିବା ସକାଶେ ବେଆଇନ ଭାବେ ମତ୍ସଜୀବୀ ସକ୍ରିୟ ଅଛନ୍ତି ତାହାର ଏହା ହେଉଛି ପ୍ରମାଣ |

ତେବେ ଏଠାକାର କୁଢୋ ମାଛ ପର୍ଯ୍ଯଟକଙ୍କ ମୁଖ୍ଯ ଆକର୍ଷଣ ଏହାକୁ ବିଷ୍ଣୁଙ୍କ ଅବତାର ରୂପେ ବିବେଚନା କରାଯାଏ | ସବୁ କିଛି ବେଆଇନ ପ୍ରତିଦିନ ସ୍ପଷ୍ଟ ଦିବାଲୋକରେ ଚାଲୁଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ସୁରାକ ନପାଇବା ସମସ୍ତଙ୍କୁ ଆଶର୍ଯ୍ୟ କରିଛି । ମହାନଦୀରେ ଖରାଦିନେ ବଂଚିଥିବା କିଛି ପାଣି ଏହା ଦ୍ୱାରା ପ୍ରଦୂଷିତ ମଧ୍ୟ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.