Below header

WhatsApp Groupsରେ ଆସିଗଲା Disappearing message ଫିଚର, ଲମ୍ବା ସମୟରୁ ଥିଲା ଅପେକ୍ଷା, ଜାଣନ୍ତୁ ଖାସିୟତ୍‌

ମେସେଜିଙ୍ଗ୍‌ ଆପ୍‌ WhatsAppରେ ମଝିରେ ମଝିରେ ନୂଆ ଅପ୍‌ଡେଟ ସବୁ ଆସିଥାଏ। ନିକଟରେ WhatsApp ୟୁଜରମାନଙ୍କୁ ୪ ଡିଭାଇସ୍‌ରେ ଏକ ସାଥୀରେ ଚାଲି ପାରୁଥିବା ଫିଚର ଲଞ୍ଚ୍‌ କରିଥିଲା। ପୁଣି ବର୍ତ୍ତମାନ ଆଉ ଏକ ନୂଆ ଅପ୍‌ଡେଟ ଆସିଯାଇଛି। ଏହି ଫିଚରକୁ ଲମ୍ବା ସମୟରୁ ଅପେକ୍ଷା ରହିଥିଲା।

Disappearing message ଫିଚର

ଏକ ଟେକ୍‌ ସାଇଟ ମୁତାବକ, ଏବେ WhatsApp ଗ୍ରୁପ୍‌ର ମେସେଜ ଆପେ ଡିଲେଟ୍‌ ହୋଇଯିବ। WhatsApp Groups ପାଇଁ Disappearing message ଫିଚରର ବୀଟା ଭର୍ସନ ଲଞ୍ଚ୍‌ ହୋଇଛି। ରିପୋର୍ଟ ଅନୁସାରେ, ଆଣ୍ଡ୍ରୋଏଡ୍‌ ମୋବାଇଲ୍‌ ୟୁଜରଙ୍କ ପାଇଁ ଗୁଗଲ ପ୍ଲେ ଷ୍ଟୋର୍‌ରେ ନୂଆ ଫିଚର ଲଞ୍ଚ୍‌ କରି ଦିଆଯାଇଛି। ଆପଣ ଆପ୍‌ ଷ୍ଟୋର୍‌ରେ WhatsApp Beta for Android 2.21.8.7 ନାଁରେ ନୂଆ ଅପ୍‌ଡେଟ ଡାଉନଲୋଡ କରିପାରିବେ।

ଏକ୍ସପର୍ଟଙ୍କ କହିବା ହେଲା, ଏହି ନୂଆ ଫିଚର ଆସିବା ପରେ WhatsApp ଗ୍ରୁପ୍‌ର ମେସେଜ ୭ ଦିନ ଭିତରେ ଆପେ ଡିଲେଟ୍‌ ହୋଇଯିବ। ଯଦିଓ କମ୍ପାନୀ ସ୍ପଷ୍ଟ କରିଛି କି, କିଛିଦିନ ଭିତରେ ଗ୍ରୁପ୍‌ର ମେସେଜ ୨୪ ଘଣ୍ଟାରେ ଗାଏବ ହେବା ଭଳି ଅପ୍‌ଡେଟ ଆସିଯିବ।

କହି ରଖୁଛୁ, କିଛିଦିନ ପୂର୍ବେ WABetaInfo ସୂଚନା ଦେଇଥିଲା କି, WhatsAppର ଗ୍ରୁପ୍‌ ମେସେଜ ଗାଏବ ହେବାର ଫିଚରକୁ କେବଳ ଆଡ୍‌ମିନ ହିଁ ବ୍ୟବହାର କରିପାରିବେ। କିନ୍ତୁ ନୂଆ ଅପ୍‌ଡେଟରେ ଏହି ଫିଚରକୁ ଗ୍ରୁପର ସମସ୍ତ ସଦସ୍ୟ ବ୍ୟବହାର କରିପାରିବେ। ଯଦିଓ WhatsApp ଗ୍ରୁପ୍‌ ଆଡ୍‌ମିନ ହିଁ ଏହି ଅଧିକାର ସମସ୍ତଙ୍କୁ ଦେବେ।

ଏମିତି କରନ୍ତୁ ଏହି ଫିଚରର ବ୍ୟବହାର

ନୂଆ Disappearing messageକୁ ବ୍ୟବହାର କରିବା ପାଇଁ ପ୍ରଥମେ Edit Group Info ଉପରେ ଟ୍ୟାପ୍‌ କରନ୍ତୁ। ଏବେ ଏଠାରେ Disappearing messageକୁ ସିଲେକ୍ଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.