ହଜି ଯାଇଥିବା ଆଇଫୋନକୁ ସହଜରେ ଖୋଜିପାରିବେ ଆପଣ, ଜାଣନ୍ତୁ କେମିତି

ଗୁଗଲ ତରଫରୁ ଗୁଗଲ ଆସିଷ୍ଟାଣ୍ଟକୁ ଏକ ଏମିତି ଫିଚର ସହିତ ଲଞ୍ଚ୍ କରାଯାଇଛି ଯାହା ସାହାଯ୍ୟରେ ଆଇଫୋନ୍ ୟୁଜର୍ସ ନିଜର ହଜି ଯାଇଥିବା ଫୋନର ପତ୍ତା ଲଗାଇପାରିବେ। ଆଣ୍ଡ୍ରଏଡ୍ ୟୁଜର୍ସ ଅନେକ ଦିନ ଧରି ଏହି ଫିଚରର ବ୍ୟବହାର କରୁଛନ୍ତି। ସୂଚନା ମୁତାବକ ଏଥିରେ ଥିବା ଆପଲ ଅନ୍ ମାଇଣ୍ଡ ମାଇଁ ସିଷ୍ଟମ ଭଳି ଫିଚର୍ସ ରହିବ, ଯାହା ଆଇଫୋନ ପାଇଁ ମଧ୍ୟ ଲଞ୍ଚ୍ କରାଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଚରର ଲାଭ କେବଳ ସେହି ୟୁଜର୍ସ ଉଠାଇ ପାରିବେ ଯେଉଁ ମାନଙ୍କ ପାଖରେ ଆଇଓଏସ ପାଇଁ ଗୁଗଲ ଆସିଷ୍ଟାଣ୍ଟ ସମର୍ଥତ ସ୍ମାର୍ଟ ସ୍ପିକର ଏବଂ ଗୁଗଲ ହୋମ ଆପ୍ ଥିବ। ଏହାପରେ ଯାଇ ଏହା ଏହି ଡିଭାଇସର ପତ୍ତା ଲଗାଇପାରିବ। ଗୁଗଲ ସ୍ମାର୍ଟ ହୋମ୍ ଡିଭାଇସ ସାହାଯ୍ୟରେ ଯେତେବେଳେ ପ୍ରଶ୍ନ କରାଯିବ ଗୁଗଲ, ଫାଇଣ୍ଡ ମାଇଁ ଫୋନ, ସେତେବେଳେ ଏହାକୁ ଆଲର୍ଟ ଆସିବ। ଏହାପରେ ଗୁଗଲ ହୋମ ଆପ୍ ଆଇଫୋନରେ ଏକ ଆଇଓଏସ କ୍ରିଟିକାଲ ଆଲର୍ଟ ପଠାଇବ।

ଆପଲରେ ସ୍ପେଶାଲ ନୋଟିଫିକେସନ ରୂପରେ ପଠାଯାଇଥିବା ଏହି ଆଲର୍ଟକୁ ବ୍ୟବହାର କରାଯାଉଥିବା କ୍ଷମତା ରଖିଥିବ। ଯାହାଦ୍ୱାରା ସାଇଲେନ୍ସ ମୋଡ କିମ୍ବା ଡୁ ନଟ୍ ଡିଷ୍ଟର୍ବ ମାଧ୍ୟମରେ ବ୍ରେକ କରାଯାଇହେବ। ଯାହାଦ୍ୱାରା ଏହା ସୁନିଶ୍ଚିତ କରାଯାଇହେବ ଯେ ଏହା ୟୁଜରଙ୍କ ପାଖକୁ ପହଁଚିଛି। କ୍ରିଟିକାଲ ଆଲର୍ଟ ଆପ୍ ପାଇଁ ଆପ୍ପଲରେ ବିଶେଷ ମଞ୍ଜୁରୀ ନେବାର ଆବଶ୍ୟକ ପଡିବ ଏବଂ ଲାଗୁଛି ଯେପରି ଗୁଗଲ ଏହି ଆପ୍ରୁଭାଲକୁ ପ୍ରାପ୍ତ କରିନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.