Below header

ଘରେ ବସି ନିଜ ମୋବାଇଲ୍‌ରେ ଡାଉନଲୋଡ କରନ୍ତୁ ଭୋଟର ପରିଚୟ ପତ୍ର, ଜାଣନ୍ତୁ ପୂରା ପ୍ରକ୍ରିୟା

ଭୋଟର ପରିଚୟ ପତ୍ର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ମଧ୍ୟରୁ ଗୋଟିଏ। ଆଧାର କାର୍ଡ ଭଳି ଭୋଟର ପରିଚୟ ପତ୍ରକୁ ବି ଡାଉନଲୋଡ କରାଯାଇ ପାରିବ। ଯଦି ଆପଣ ବି ଆପଣଙ୍କର ଭୋଟର ପରିଚୟ ପତ୍ରର ଡିଜିଟାଲ ଭର୍ସନ ଡାଉନଲୋଡ କରିବାକୁ ଚାହୁଁଛନ୍ତି, ତ ଆଜି ଆମେ ଆପଣଙ୍କୁ ଏକ ଖାସ୍‌ ତରିକା ବିଷୟରେ କହିବାକୁ ଯାଉଛୁ। ଏହା ଜରିଆରେ ଆପଣ ଘରେ ବସି ନିଜ ମୋବାଇଲରେ ଭୋଟର ପରିଚୟ ପତ୍ର ଡାଉନଲୋଡ କରିପାରିବେ।

-ଡିଜିଟାଲ ଭୋଟର ପରିଚୟ ପତ୍ରକୁ ଡାଉନଲୋଡ କରିବା ପାଇଁ ନିର୍ବାଚନ ଆୟୋଗର େଓ୍ଵବ୍‌ସାଇଟ https://voterportal.eci.gov.in କିମ୍ବା ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲ(NVSP)ର ଲଗ୍‌ଇନ ପେଜ୍‌ https://www.nvsp.in/account/login କୁ ଯାଆନ୍ତୁ।

-ପ୍ରଥମେ ଆପଣଙ୍କୁ ଆକାଉଣ୍ଟ ବନାଇବାକୁ ପଡ଼ିବ। ମୋବାଇଲ୍‌ ନମ୍ବର କିମ୍ବା ଇମେଲ୍‌ ଆଇଡି ଜରିଆରେ ନିଜର ଆକାଉଣ୍ଟ ବନାଇ ପାରିବେ। ଯଦି ଆପଣଙ୍କ ପାଖରେ ପୂର୍ବରୁ ହିଁ ଆକାଉଣ୍ଟ ଅଛି, ତା’ହେଲେ ଆପଣଙ୍କୁ EPIC ନମ୍ବର କିମ୍ବା ଫର୍ମ ରେଫରେନ୍ସ ନମ୍ବର ଦେବାକୁ ପଡ଼ିବ। ଏହାପରେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ, ଯାହାକୁ େଓ୍ଵବ୍‌ ପୋର୍ଟାଲରେ ଦେବାକୁ ହେବ।

-ଡିଜିଟାଲ ଭୋଟର ପରିଚୟ ପତ୍ରକୁ ଡାଉନଲୋଡ କରିବା ପାଇଁ ଆପଣଙ୍କୁ e-EPICର ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ହେବ। ଏହାପରେ ଭୋଟର ଆଇଡି କାର୍ଡ ପିଡିଏଫ୍‌ ଫର୍ମାଟରେ ଡାଉନଲୋଡ ହୋଇଯିବ, ଯାହାକୁ ଆପଣ ସହଜରେ ପ୍ରିଣ୍ଟ କରେଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.