ଏହି ଚର୍ଚ୍ଚିତ ଫିଲ୍ମ ପାଇଁ ସୁଶାନ୍ତ ବିନା ମୂଲ୍ୟରେ କରିଥିଲେ ଅଭିନୟ, ଜାଣନ୍ତୁ ସିନେମାର ନାଁ କଣ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ। ନାଁ ଶୁଣିଲା ମାତ୍ରେ ମନରେ ଅନେକ ପ୍ରଶ୍ନ ଆସିଥାଏ। ତାଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କର ଅନେକ ଅସନ୍ତୋଷ ଦେଖିବାକୁ ମିଳିଥିଲା। ହଠାତ ଏହି ଅଭିନେତାଙ୍କ ମୃତ୍ୟୁ ଖବର ଶୁଣି ସାରା ଦେଶରେ ଫ୍ୟାନ୍ସମାନେ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ତୀବ୍ର ନିନ୍ଦା କରିିବାକୁ ଆରମ୍ଭ କରିଥିଲେ।

ତାଙ୍କର ଅଭିନୟ ଦକ୍ଷତା ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ସିରିଏଲ ‘ପବିତ୍ର ରିସ୍ତା’ରୁ ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିବା ସୁଶାନ୍ତ ‘କାଇ ପୋଛେ’ ଫିଲ୍ମ ଜରିଆରେ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ। ପରେ ଅନେକ ହିଟ ଫିଲ୍ମ ଜରିଆରେ ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥିଲେ।  ସୁଶାନ୍ତଙ୍କ ଅନେକ ସ୍ମୃତି ଏବେବି ଲୋକଙ୍କ ମନରେ ଜୀବିତ ହୋଇରହିଛି। ତାଙ୍କର ଅନେକ ଭିଡିଓ ଓ ଫଟୋ ପ୍ରାୟ ସମୟ ଭାଇରାଲ ହୋଇଥାଏ। ଏହାସହ ତାଙ୍କ ମୃତ୍ୟୁ ସହ ଜଡିତ ଅନେକ ଖବର ଏବେ ମଧ୍ୟ ସାମ୍ନାକୁ ଆସୁଛି। ତେବେ ଆଜି ଆମେ ଆପଣଙ୍କ ପାଇଁ ସୁଶାନ୍ତଙ୍କ ସହ ଜଡିତ ଏମିତି କିଛି ରୋଚକ ତଥ୍ୟ ସାମ୍ନାକୁ ଆଣିବୁ। ଯାହା ତାଙ୍କୁ କେବଳ ଭଲ ଅଭିନେତା ନୁହେଁ ବରଂ ଭଲ ହୃଦୟର ମଣିଷର ପରିଚୟ ପ୍ରଦାନ କରିବ।

sushant7
pc: Amarujala

ବର୍ଷ ୨୦୧୪ରେ ‘ପିକେ’ ଫିଲ୍ମରେ ଅମିର ଖାନ ଓ ଅନୁଷ୍କା ଶର୍ମାଙ୍କ ସହ ଲିଡ ରୋଲରେ ସୁଶାନ୍ତ ସିଂ ନଜର ଆସିଥିଲେ। ଏହି ଫିଲ୍ମରେ ସୁଶାନ୍ତଙ୍କ ଭୂମିକା ଅଳ୍ପ ସମୟ ପାଇଁ ଥିଲା। ପାଖାପାଖି ୧୫ ମିନିଟ ସମୟର ଛୋଟ ଭୂମିକାକୁ ନିର୍ଦ୍ଦେଶିତ କରିଥିଲେ ରାଜକୁମାର ହିରାନୀ। ସବୁଠୁ ବଡ କଥା ହେଉଛି ଏହି ସିନ୍‌ ପାଇଁ ସୁଶାନ୍ତ ଆର୍ଥିକରାଶି ନେବା ପାଇଁ ମନା କରିଥିଲେ। ବିନା ମୂଲ୍ୟରେ ସେ ଏହି ସିନକୁ ସୁଟ କରିଥିଲେ। ଏହି ସମୟ ମଧ୍ୟରେ ସେ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିଥିଲେ।

ଏହି ସ୍ୱଭାବ ସେଟରେ ଥିବା ସମସ୍ତଙ୍କୁ ପସନ୍ଦ ଆସିଥିଲା। ତାଙ୍କର ଏହି ବ୍ୟବହାରରେ ନିର୍ଦ୍ଦେଶକ ରାଜକୁମାରୀ ହିରାନୀ ପ୍ରଭାବିତ ହୋଇଥିଲେ। ଏହାପରେ ରାଜକୁମାର ସୁଶାନ୍ତଙ୍କୁ ଏକ ସୁନ୍ଦର ଉପହାର ଭେଟି ଦେଇଥିଲେ । ଉପହାରରେ ତାଙ୍କୁ ଫିଲ୍ମ ସହ ଜଡ଼ିତ ଅନେକ ବହି ଦେଇଥିଲେ। ବହି ପ୍ରେମୀ ସୁଶାନ୍ତଙ୍କୁ ଏହି ଉପହାର ବହୁତ ପସନ୍ଦ ଆସିଥିଲା। ଏହାସହ ପିକେ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ହିଟ ହୋଇଥିଲା। ଯେଉଁଥିରେ ସୁଶାନ୍ତଙ୍କ ଭୂମିକାକୁ ଅନେକ ପସନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.