Below header

ଭଗବାନ ତାଙ୍କୁ ଦୃଷ୍ଟି ଶକ୍ତି ସିନା ଦେଇନାହଁନ୍ତି ହେଲେ ସୁନ୍ଦର କଣ୍ଠଟିଏ ଦେଇଛନ୍ତି

କଣ୍ଟାମାଳ(କେନ୍ୟୁଜ୍): ଭଗବାନ ତାଙ୍କୁ ଦୃଷ୍ଟି ଶକ୍ତି ସିନା ଦେଇନାହଁନ୍ତି ହେଲେ ସୁନ୍ଦର କଣ୍ଠଟିଏ ଦେଇଛନ୍ତି ।  ସେ ହେଉଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ କୋଡିବାହାଲ ଭିନ୍ନକ୍ଷମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ମଂଟୁ ବିଭାର । ସେ ଜନ୍ମରୁ ଦୃଷ୍ଟିହୀନ । ହେଲେ ତାଙ୍କ ମନରେ ଦୁଃଖ ଟିକେ ନାହିଁ । କାରଣ ଭଗବାନ ତାଙ୍କୁ ସିନା ଦୃଷ୍ଟିଶକ୍ତି ଦେଇନାହାନ୍ତି, ହେଲେ ସୁନ୍ଦର କଂଠଟିଏ ଦେଇଛନ୍ତି । ସେ ନିଜକୁ କେବେ ବି ଅକ୍ଷମ ବୋଲି ମାନିନାହଁନ୍ତି । ଦୃଢ ମନୋବଳ ଓ ଇଚ୍ଛାଶକ୍ତି ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଛି । ଭବିଷ୍ଯତରେ କାହା ଉପରେ ର୍ନିଭରଶୀଳ ନହୋଇ ଜଣେ ଭଲ କଳାକାର ହେବାର ସ୍ବପ୍ନ ସେ ଦେଖିଛନ୍ତି ।

ଏଣୁ ସେ ନିୟମିତ ସଂଗୀତ ଅଭ୍ଯାସ କରନ୍ତି ଆଉ ତାଙ୍କୁ ବାଦ୍ୟରେ ସହଯୋଗ କରନ୍ତି ତାଙ୍କ ସହପାଠୀ ତଥା ଅଷ୍ଟମ ଶ୍ରେଣୀର ଦୃଷ୍ଟିହୀନ ଛାତ୍ର ମୁସଲିମ ରଣା । ମଂଟୁ ନିଜକୁ କେତେବେଳେ ବି ଜଣେ ଭିନ୍ନକ୍ଷମ ଭାବି ନହାଁନ୍ତି । ବରଂ ସାଧାରଣ ପିଲାଙ୍କୁ ପଛରେ ପକାଇ ଆଗକୁ ବଢି ବଢି ଚାଲିଥିବାରୁ ଦିନକୁ ଦିନ ତାଙ୍କ ମନୋବଳ ମଧ୍ୟ ସୁଦୃଢ ହେବାରେ ଲାଗିଛି ।ତାଙ୍କର ସୁନ୍ଦର କଣ୍ଠ ସମ୍ପର୍କରେ ଜାଣିପାରିଥିଲେ ଶିକ୍ଷକ । ଏଣୁ ତାଙ୍କୁ ସେ ତାଲିମ ଦେବା ଆରମ୍ଭ କରିଥିଲେ । ଏହାରି ଭିତରେ ସେ ବ୍ଲକ ସ୍ତରରୁ ଆରମ୍ଭକରି ଜିଲ୍ଲା ସ୍ତର ପର୍ଯ୍ଯନ୍ତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପୁରସ୍କୃତ ହୋଇସାରିଲେଣି ।

ଏହାସହ ବିଭିନ୍ନ ମେଳା ଓ ମହୋତ୍ସବରେ ମଧ୍ୟ ଗୀତଗାଇ ସମ୍ମର୍ଦ୍ଧିତ ହୋଇପାରିଛନ୍ତି । ଏଣୁ ତାଙ୍କୁ ସରକାରୀ ଭାବେ ତାଙ୍କପାଇଁ ଉପଯୁକ୍ତ ତାଲିମ ବ୍ଯବସ୍ଥା କରାଗଲେ ସେ ଏହି କଳାକୁ ନେଇ ଜୀବନ ଜୀବିକା କରି ପାରନ୍ତେ ବୋଲି ତାଙ୍କ ଶିକ୍ଷକ ତଥା ଗ୍ରାମବାସୀ କହିଛନ୍ତି।ଦୃଢ ମନୋବଳ ଓ ଇଚ୍ଛାଶକ୍ତି ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଛି। ଭଗବାନ ତାଙ୍କୁ ଦୃଷ୍ଟିଶକ୍ତି ଦେଇନଥିଲେବି ସୁନ୍ଦର କଣ୍ଠରେ ଗୀତଗାଇ ସମସ୍ତଙ୍କ ମନ ଜିଣିପାରୁଛନ୍ତି । ଭବିଷ୍ଯତରେ କାହା ଉପରେ ର୍ନିଭରଶୀଳ ନହୋଇ ଜଣେ ଭଲ କଳାକାର ହେବାର ସ୍ବପ୍ନ ତାଙ୍କର ପୂରଣ ହେଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.