Below header

ଷ୍ଟେଜରେ ଆସିଲା ହାର୍ଟଆଟାକ, କିଛି ସେକେଣ୍ଡରେ ଚାଲିଗଲା ଢୋଲବାଦକ ଦିନେଶପ୍ରସାଦ ମିଶ୍ରଙ୍କ ଜୀବନ

ଲୋକପ୍ରିୟ ଢୋଲବାଦକ ଦିନେଶପ୍ରସାଦ ମିଶ୍ରଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଉତ୍ତରପ୍ରଦେଶ ଲକ୍ଷ୍ମୌରେ ଆୟୋଜିତ ସନତକଦା ଫେଷ୍ଟିଭାଲରେ ବାଦ୍ୟଯନ୍ତ୍ର ବଜାଉଥିବା ସମୟରେ ତାଙ୍କୁ ହାର୍ଟଆଟାକ ଆସିଥିଲା। ଦିନେଶ ପ୍ରସାଦ ମିଶ୍ରଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା । ହେଲେ ସେଠାରେ ପହଞ୍ଚି ପୂର୍ବରୁ ତାଙ୍କ ଜୀବନ ଚାଲିଯାଇଥିଲା ।

ଦିନେଶ ପ୍ରସାଦ ଜଣେ ଲୋକପ୍ରିୟ ଢୋଲବାଦକ କଳାକାର । ଆଉ ନିଜ ନିଶାକୁ ଭଲପାଉଥିବା ବେଳେ ଢୋଲବାଦନ ସମୟରେ ଚାଲିଗଲା ଦିନେଶ ପ୍ରସାଦଙ୍କ ଜୀବନ । ଖବର ମୁତାବକ, ସୋମବାର ଦିନ ମହିନ୍ଦ୍ରା ସନତକଦା ଫେଷ୍ଟିଭାଲରେ ସେ ଢୋଲ ବଜାଉଥିଲେ । ଏହି ସମୟରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା । ସଙ୍ଗେ ସଙ୍ଗେ ଆୟୋଜକଙ୍କ ପକ୍ଷରୁ ତାଙ୍କୁ କିଙ୍ଗ ଜଜ୍‌ ମେଡିକାଲ ୟୁନିଭରସିଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ମଥୁରା ମୂଳନିବାସୀ । ତାଙ୍କ ଅନ୍ତିମ ସଂସ୍କାର ଆଲମବାଗ ସ୍ଥିତ ଶଶ୍ମାନ ଘାଟରେ ବିଧିବିଧାନ ସହିତ କରାଯିବ ।

ତେବେ ଦିନେଶ ମିଶ୍ର ଏସଏନଏ ଆଓ୍ଵାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଢୋଲ ବାଦକ ସହିତ ଜଣେ ଭଲ ତବଲାବାଦକ ଥିଲେ ଦିନେଶ ମିଶ୍ର । ବର୍ତ୍ତମାନ ସେ ନିଜ ପରିବର ସହିତ ଦେବପୁରା ପାରାରେ ରହୁଥିଲେ । ତାଙ୍କ ବାପା ପି, ବାବୁ ଲାଲ ମଥୁରାର ଜଣେ ଲୋକପ୍ରିୟ ଢୋଲ ବାଦକ ଏବଂ ପ୍ରଶିକ୍ଷକ ଥିଲେ । ସେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ତାଙ୍କ ବାପାଙ୍କ ଠାରୁ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.