ନାଗପୁର ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଅଧିନାୟକ ଆରୋନ ଫିଞ୍ଚ ଘୋଷଣା କଲେ ସନ୍ନ୍ୟାସ

ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟକା । ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ସନ୍ନ୍ୟାସ ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ନାଗପୁରରେ ୯ ଫେବୃଆରୀରୁ ଟେଷ୍ଟ ମ୍ୟାଚ ଖେଳିବ । ଆଉ ଏହା ପୂର୍ବରୁ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଅଧିନାୟକ । ୨୦୨୨ରେ ଫିଞ୍ଚ ଦିନିକିଆ କ୍ରିକେଟ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ ।

ଫିଞ୍ଚ ସନ୍ନ୍ୟାସ ନେଇ ବୟାନ ଜାରି କରିଛନ୍ତି, ‘ମୋତେ ଲାଗୁଛି କି ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିପାରିବି ନାହିଁ । ତେବେ ଏବେ ସନ୍ନ୍ୟାସ ନେବାର ବିଲକୁଲ୍‌ ଠିକ୍‌ ସମୟ । ଆଉ ଟିମ୍‌ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ବିଶ୍ୱକପ ପାଇଁ ପ୍ରସ୍ତୁତ କରିପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଅବସରରେ ମୁଁ ଅଷ୍ଟ୍ରେଲିଆ ଖେଳାଳି, ଟିମ୍‌ ଏବଂ ପରିବାର ଏବଂ ପତ୍ନୀଙ୍କୁ ଧନ୍ୟବାଦ ଜଣାଉଛି । ସେମାନେ ମୋତେ ଠିକ୍‌ ସମୟରେ ମୋ ସାଥ ଦେଇଛନ୍ତି । ମୋ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଉଛି । ସେମାନେ ମୋତେ ଲଗାତାର ସପୋର୍ଟ କରିଛନ୍ତି ।

ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ ୨୦୨୧ରେ ଟି୨୦ ବିଶ୍ୱକପ ପ୍ରଥମ ଥର ଜିତିଥିଲା । ୨୦୧୫ରେ କଙ୍ଗାରୁ ଟିମ୍‌ ଦିନିକିଆ ବିଶ୍ୱକପ୍‌ ନିଜ ନାମରେ କରିଥିଲା। ସେଥିରେ ଫିଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୧୨ ବର୍ଷର କ୍ୟାରିଅର ଭିତରେ ଫିଞ୍ଚ କେବଳ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି ।

ଫିଞ୍ଚ ୧୪୬ଟି ଦିନିକିଆରେ ୩୮.୮୯ ପ୍ରତିଶତରେ ୫୪୦୬ ରନ୍‌ କରିଛନ୍ତି। ଯେଉଁଥିରେ ୧୭ଟି ଶତକ କରିଛନ୍ତି । ଫିଞ୍ଚ ୧୦୩ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୩୪.୨୯ ପ୍ରତିଶତରେ ୩୧୨୦ ରନ୍‌ କରିଛନ୍ତି। ଏଥିରେ ୨ଟି ଶତକ ସାମିଲ ରହିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ଭାରତ ଟିମ୍‌ : ରୋହିତ ଶର୍ମା, କେଏଲ ରାହୁଲ, ଶୁଭମନ ଗିଲ୍‌, ପୁଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ଆର.ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ ।

ପ୍ରଥମ ଟେଷ୍ଟ : ୯ରୁ ୧୩ ଫେବୃଆରୀ, ନାଗପୁର

ଦ୍ୱିତୀୟ ଟେଷ୍ଟ : ୧୭ରୁ ୨୧ ଫେବୃଆରୀ, ଦିଲ୍ଲୀ

ତୃତୀୟ ଟେଷ୍ଟ : ୧ରୁ ୫ ମାର୍ଚ୍ଚ, ଧର୍ମଶାଳା

ଚତୁର୍ଥ ଟେଷ୍ଟ : ୯ରୁ ୧୩ ମାର୍ଚ୍ଚ, ଅହମଦାବାଦ