ବାରମ୍ବାର ଗର୍ଭପାତ ହେଉଛି କି, ଜାଣନ୍ତୁ ଗର୍ଭଧାରଣ କରିବାର ସହଜ ଉପାୟ

ଗର୍ଭପାତ ହେଉଛି ଜୀବନର ସବୁଠାରୁ ଖରାପ ସମୟ, ଯାହାର ସାମ୍ନା କରୁଥିବା ମହିଳା ଭିତରୁ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗିପଡ଼ନ୍ତି । ଗର୍ଭପାତର ଶିକାର ହୋଇଥିବା ମହିଳାଙ୍କ ମନରେ ସବୁବେଳେ ପ୍ରଶ୍ନ ମନରେ ଘାରୁଥାଏ ଯେ ‘ମୁଁ ପୁଣିଥରେ ମା ହେଇ ପାରିବି କି’ ଏବଂ ‘ମୋତେ ଫର୍ଟିଲିଟୀ ଟ୍ରିଟମେଣ୍ଟ ଦରକାର କି’ ଏମିତି ଅନେକ କିଛି । ଗର୍ଭପାତକୁ ସାମ୍ନା କରୁଥିବା ଦମ୍ପତି ମେଣ୍ଟାଲୀ ଆଉ ଇମୋସନାଲୀ ବହୁତ ଚିନ୍ତିତ ହୋଇଯାନ୍ତି । ବିଶେଷଜ୍ଞ କହନ୍ତି ଯେ, ପୁନର୍ବାର ଗର୍ଭବତୀ ହେବା ପୂର୍ବରୁ ନିଜକୁ ମାନସିକ ସ୍ତରରେ ଫିଟ୍ ରଖିବା ଅତ୍ୟନ୍ତ ଜରୁରୀ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥରେ ମିସକ୍ୟାରେଜ୍ ହେବା ଅର୍ଥ ଏହା ନୁହେଁ ଯେ ଆଉ ଥରେ ଗର୍ଭଧାରଣ ହୋଇପାରିବ ନାହିଁ । ଯଦି ଏପରି ପରିସ୍ଥିତିର ସମ୍ମୁଖୀନ ହେଉଥିବା ମହିଳା ପୁନର୍ବାର ମା ହେବାକୁ ଚାହାଁନ୍ତି କିମ୍ବା ଯୋଜନା କରୁଛନ୍ତି, ତେବେ ସେ ନିଶ୍ଚିତ ଭାବରେ ଏହି ସୁସ୍ଥ ଗର୍ଭଧାରଣ ଟିପ୍ସ ଅନୁସରଣ କରିବା ଉଚିତ୍ ।

ପୁର୍ନବାର ଗଭର୍ବତୀ ହେବାରେ କରନ୍ତୁ ନାହିଁ ଜଲଦି

ଗର୍ଭପାତର କିଛି ଦିନ ପରେ ଭୁଲରେ ବି ଗର୍ଭଧାରଣର ପ୍ଲାନ୍ କରନ୍ତୁ ନାହିଁ । କୁହାଯାଏ ଯେ, ଜଣେ ମହିଳା ଅତି କମରେ ତିନିମାସ ପାଇଁ ତାଙ୍କ ପିରିୟଡ୍ ସାଇକେଲକୁ ଧ୍ୟାନ ଦେବା ପରେ ଗର୍ଭଧାରଣ ବିଷୟରେ ଭାବିବା ଉଚିତ୍ ।

ହେଲଦି ଲାଇଫଷ୍ଟାଇଲ୍‌

ଲାଇଫଷ୍ଟାଇଲ୍‌ ସହ ଜଡ଼ିତ ଜିନିଷର ଧ୍ୟାନ ରଖି ଆପଣ ଫିଜିକାଲୀ ଓ ମେଣ୍ଟାଲୀ ସ୍ତରରେ ଫିଟ୍‌ ଅନୁଭବ କରିବେ । ଜୀବନଶୈଳୀକୁ ସଠିକ୍ କରିବା ଦ୍ୱାରା ହେଲଦି ପ୍ରେଗନାନ୍ସୀ ହୋଇଥାଏ । ସେଥିପାଇଁ ବାଲାନ୍ସ ଡାଏଟ୍ ଯେପରିକି ସବୁଜ ପନିପରିବା, ଡାଲି, ଫଳ ଓ ଆଇରନ୍ ରିଚ୍ ଫ୍ରୁଡସ୍ ଖାଇବା ଉଚିତ୍ ।

ମଧୁମେହର ଯତ୍ନ ନିଅନ୍ତୁ ଏପରି

ସୁଗାର ରୋଗୀଙ୍କୁ ଗର୍ଭଧାରଣ ପୂର୍ବରୁ ରକ୍ତରେ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ଜରୁରୀ । ହାଇ ବ୍ଲଡ ବା ଲୋ ବ୍ଲଡ ସୁଗାର ଲେବଲ ସ୍ତର ଉଭୟ ମା ଓ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ । ସୁଗାର ସହ ଜଡ଼ିତ ଭୁଲ ଯୋଗୁଁ ଆଉଥରେ ମିସକ୍ୟାରେଜ ପରିସ୍ଥିତି ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ସୁଗାର ସମ୍ବନ୍ଧୀୟ ପରୀକ୍ଷା କର ଏବଂ ଡାଇବେଟିଜକୁ କଣ୍ଟ୍ରୋଲ କରିବା ଖାଦ୍ୟ ଖାଆନ୍ତୁ ।

ରାମବାଣ ହେଉଛି ଯୋଗ

ମିସକ୍ୟାଜେ୍ ପରେ ଜଣେ ମହିଳା ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ଖରାପ ଅନୁଭବ କରନ୍ତି । ଆଉ ଏପରି ହେବା ବି ସାଧାରଣ । ଚାପ ଏବଂ ଥକ୍କାପଣ ଲାଗିବା ସାଧାରଣ କଥା ଓ ଏହି ସମସ୍ୟାର ସମାଧାନ ହେଉଛି ଯୋଗ । ଯୋଗ ଆପଣଙ୍କୁ ଶାରୀରିକ ଭାବରେ ଫିଟ୍ ରଖିବା ବ୍ୟତୀତ ମାନସିକ ଶାନ୍ତି ମଧ୍ୟ ଦେଇଥାଏ । ତେଣୁ ଦମ୍ପତିମାନଙ୍କୁ ଗର୍ଭପାତକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ, ଏହିସବୁ ଉପାୟକୁ ଫଲୋ କରି ଆପଣ ସୁସ୍ଥ ଗର୍ଭଧାରଣ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.