ଶୌଚାଳୟରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ଖଲ୍ଲିକୋଟ (କେନ୍ୟୁଜ): ପାଇଖାନା ଘରେ ମୃତଦେହ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ ଥିବା ଏକ ପାଇଖାନା ଘରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ଜଣକ ମିଲୁ ପ୍ରଧାନ।

ଗତ ୭ ଦିନ ଧରି ସେ କରଣ ସାହିରେ ଭଡ଼ାରେ ରହୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଓ କେମିତି ମିଲୁଙ୍କ ମୃତ୍ୟୁ ହେଲା । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.