ଅଫିସରେ କାମ ବନ୍ଦ କରି କେକ କାଟିଲେ ବ୍ଲକ ବିପିଏମ, କାର୍ଯ୍ୟାନୁଷ୍ଠ ଦାବି କରି ବିଡ଼ିଓଙ୍କୁ ଦାବି ପତ୍ର ଦେଲା ବିଜେପି

ଚାନ୍ଦବାଲି(କେନ୍ୟୁଜ୍): ଅଫିସ ସମୟରେ କାମ ବନ୍ଦ କରି ସରକାରୀ ଅଫିସ ଭିତରେ ନିଜ ସହକମୀ ସହ ଜନ୍ମ ଦିନରେ କେକ କାଟି ଏବେ ହରଡ଼ ଘଣାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିପିଏମ ଷ୍ଟାଲିନ ନାୟକ । ଅନ୍ୟ ପଟେ ଏହି ଘଟଣାରେ ବିପିଏମଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଭଦ୍ରକ ଜିଲ୍ଲାପାଳଙ୍କ  ଉଦ୍ଦେଶ୍ୟରେ  ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି। ବିଜେପିର ଶତାଧିକ କର୍ମୀ ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିବା ସହ ତୁରନ୍ତ ବିପିଏମ ଷ୍ଟାଲିନ ନାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ ଗତକାଲି ଓଡିଶା ଜୀବିକା ମିଶନର ବିପିଏମ ଷ୍ଟାଲିନ ନାୟକ ନିଜ ଅଫିସରେ କାମ ବନ୍ଦ କରି ଜନ୍ମଦିନ ପାଳନ କରିଥିଲେ ଓ  କେକ କଟା ଯାଇଥିଲା।   ବ୍ଲକର ବିଭିନ୍ନ ବିଭାଗର ଅଫିସର ନିଜ ଅଫିସ ବନ୍ଦ କରି କେକ କଟାର ମଜା ନେଇଥିଲେ। ତେବେ ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି । କିନ୍ତୁ  ଏହି ଘଟଣାରେ ବ୍ଲକ ବିପିଏମ କହିଛନ୍ତି ମୁଁ କେକ କାଟିନି, ଅଲଗା ଷ୍ଟାପ କେକ ଆଣିଥିଲେ।