Below header

ଆନ୍ଦୋଳନରୁ ହଟିଲେ ରକ୍ତ ଭଣ୍ଡାର କର୍ମଚାରୀ, ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମିଳିଲା ପ୍ରତିଶୃତି

ଭୁବନେଶ୍ୱର(କେନ୍ୟୁଜ୍): ସ୍ୱାଭାବିକ ହେବ ବ୍ଲଡ୍‌ ବ୍ୟାଙ୍କ ସେବା । ଆନ୍ଦୋଳନ ପ୍ରତ୍ୟାହୃତ କଲେ ରାଜ୍ୟ ବ୍ଲଡ୍‌ ବ୍ୟାଙ୍କ ସଂଘ । ସରକାରଙ୍କ ସହ ଆଲୋଚନା ପରେ ସଂଘ ଏପରି ନିଷ୍ପତ୍ତି ନେଇଛି । ସରକାରୀ କର୍ମଚାରୀର ମାନ୍ୟତା, ସପ୍ତମ ବେତନ କମିଶନ ସୁପାରିସ ଲାଗୁ ସମେତ ୬ ଦଫା ଦାବିରେ ଗତ ୨୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ରକ୍ତ ଭଣ୍ଡାର କର୍ମଚାରୀ । ଭୁବନେଶ୍ୱର ଲୋୟର ପିଏମଜି ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ସେମାନେ ଧାରଣାରେ ବସିଥିଲେ । ଆନ୍ଦୋଳନ ଯୋଗୁ ବିଶେଷ କରି ଥାଲାସେମିଆ, ହେମୋଫିଲିଆ ଓ ସିକିଲ ସେଲ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.