Below header

ଏୟାରଟେଲ୍ ଛୋଟା ପ୍ୟାକର ୩୦ ଦିନ ମଧ୍ୟରେ ଉଠାନ୍ତୁ ଫାଇଦା, ନଚେତ କରିପାରିବେ ନାହିଁ କାହାକୁ କଲ୍

ନୂଆଦିଲ୍ଳୀ : ଭାରତୀ ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ମିନିମମ୍ ରିଚାର୍ଜ ପ୍ୟାକ୍ ସିରିଜରେ ଏକ ଛୋଟ ପ୍ଳାନକୁ ସାମିଲ କରିଛି। ଏହି ପ୍ଳାନରେ ଗ୍ରାହକଙ୍କୁ ୨୩ଦିନର ଭ୍ୟାଲିଡ଼ିଟି ମିଳିବ। ଆପଣଙ୍କୁ କହିବାକୁ ଚାହୁଁଛୁ, ନିକଟରେ ଏୟାରଟେଲ , ଭୋଡ଼ାଫୋନ ଏବଂ ଆଇଡ଼ିଆ ନିଜ ଗ୍ରାହକଙ୍କ ପାଇଁ ମିନିମମ୍ ରିଚାର୍ଜ ପ୍ୟାକ୍ ଘୋଷଣା କରିଛନ୍ତି।

ଯଦି ଗ୍ରାହକ ମିନିମମ୍ ରିଚାର୍ଜ ନିଜ ମୋବାଇଲ ନମ୍ବରରେ ରିଚାର୍ଜ କରୁନାହାନ୍ତି ତେବେ ୩୦ ଦିନ ମଧ୍ୟରେ ତାଙ୍କର ଆଉଟଗୋଇଂ କଲ ଏବଂ ୪୫ ଦିନ ମଧ୍ୟରେ ଇନକମିଂ କଲର ସେବା ବନ୍ଦ ହୋଇଯିବ। ତେବେ, ଏୟାରଟେଲର ଏହି ପ୍ଳାନରେ ଗ୍ରାହକଙ୍କୁ କୌଣସି ପ୍ରକାରର ଡ଼ାଟା ବା କଲିଂ ପାଇଁ ବାଲାନ୍ସ ଦେବ ନାହିଁ। କିନ୍ତୁ ଏହାକୁ ଟପ-ଅପ୍ ବାଲାନ୍ସ ହିସାବରେ ଗ୍ରାହକ ବ୍ୟବହାର କରିପାରିବେ।

airtel

ଏୟାରଟେଲର ଏହି ପ୍ଳାନରେ ଗ୍ରାହକଙ୍କୁ ଏସଟିଡ଼ି କଲ ପାଇଁ ୨.୫ ପଇସା ପ୍ରତି ସେକେଣ୍ଡ ଖର୍ଚ୍ଚ କରିବାକୁ ପଡ଼ିବ। ଏଥିସହ ଲୋକାଲ ଏସଏମଏସ ପାଇଁ ୧ ଟଙ୍କା ଏବଂ ଏସଟିଡ଼ି ପାଇଁ ୧.୫ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ପ୍ଳାନ ସହ କଲିଂ ଏବଂ ଡ଼ାଟାର ସୁବିଧା ଉଠାଇବା ପାଇଁ ଗ୍ରାହକ ଅନ୍ୟ କିଛି ରିଚାର୍ଜ କରିପାରିବେ। ଯଦି ଇନକମିଂ କଲର ଲାଭ ଆପଣ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ଯେକୌଣସି ଛୋଟ ପ୍ଳାନ ରିଚାର୍ଜ କରିପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.