ଗଞ୍ଜାମ ଜିଲ୍ଲାରେ ବୁଲୁଛି ବ୍ଲୁ ବଟନ ଏକ୍ସପ୍ରେସ

ଗଞ୍ଜାମ( କେନ୍ୟୁଜ୍): ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଯାହାକୁ ନେଇ ପ୍ରସ୍ତୁତି ଯୋର ଧରିଛି । ତେବେ ଗତକାଲି ଭୁବନେଶ୍ବରରୁ ବାହାରିଥିବା ବ୍ଳୁ ବଟନ୍ ଏକ୍ସପ୍ରେସ୍ ଆଜି ଗଞ୍ଜାମ ଜିଲ୍ଳାର ସଦର ମହକୁମା ଛତ୍ରପୁରରେ ପହଞ୍ଚିଛି । ଏହି ଏକ୍ସପ୍ରେସଟିକୁ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଜିଲ୍ଲାର ବିଭିନ୍ନ ବ୍ଳକର ଅନେକ ଗାଁ ଗାଁ ବୁଲି ଭୋଟ ଦେବା ନିମନ୍ତେ ଲୋକମାନଙ୍କୁ ସଚେତନ କରାଇବ ଏହି ଏକ୍ସପ୍ରେସ । ଏହାଛଡ଼ା ଭୋଟର ହାର କିଭଳି ଭାବେ ବୃଦ୍ଧି ହେବ,ଯୁବ ଭୋଟର ମାନଙ୍କୁ ଆକୃଷ୍ଟ କରିବା ହେଉଛି ଏହି ଏକ୍ସପ୍ରେସର ମୂଳ ଲକ୍ଷ୍ୟ ।ଏହି ଏକ୍ସପ୍ରେସ ଆଜି ବିଭିନ୍ନ ଗାଁ ବୁଲି ସଚେତନ କରିବା ପରେ ଆସନ୍ତାକାଲି ଗଜପତି ଜିଲ୍ଲାରେ ପହଞ୍ଚିବାର କାର‌୍ୟ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.