Below header

ଭୁବନେଶ୍ୱର ଏକାମ୍ର କାନନକୁ ବନ୍ଦ କଲା ବିଏମସି, ଜିମ ଖାନା ଆପାର୍ଟମେଣ୍ଟର ବ୍ଲକ-ଇ କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ । ସବୁ ପାର୍କ ବନ୍ଦ ଥିବା ବେଳେ ଭୁବନେଶ୍ୱରରେ ଖୋଲା ରହିଥିଲା ଏକାମ୍ର କାନନ । ପାର୍କ ଭିତରେ ଲୋକମାନେ ମର୍ଣ୍ଣିଂ ଓ୍ଵାକ୍‌ କରୁଥିଲେ । ଏମିତିକି ଲୋକଙ୍କ ଭିଡ଼ ଜମୁଥିଲା ।

ପରେ ଖବର ପାଇ ବିଏମସି ଓ ପୋଲିସ ପହଞ୍ଚି ଏକାମ୍ର କାନନକୁ ବନ୍ଦ କରିଛି । ସେହିଭଳି ଜିମ ଖାନା ଆପାର୍ଟମେଣ୍ଟର ବ୍ଲକ-ଇ କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଭୁବନେଶ୍ୱର ୨୩ ନମ୍ବର ଓ୍ଵାର୍ଡରେ ରହିଛି ଜିମ୍‌ ଖାନା, ପାମ୍‌ ହାଇଟ୍‌ । ଅଧିକ ପଜିଟିଭ ଚିହ୍ନଟ ହେବାପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.