Apple iPhone 12 ଦେଖାଇଲା ଜଲବା,୧୦ କୋଟିରୁ ଅଧିକ ମଡେଲ ହେଲା ସେଲ

Apple iPhone ସିରିଜ ସାରା ଦୁନିଆରେ ଖୁବ ଭଲ ବ୍ୟବସାୟ କରିଛି । ନୂଆ ମଡେଲ ଲଞ୍ଚ କରିଲା ପରେ ବିକ୍ରୀରେ ଶାନାଦର ରେକର୍ଡ ବନେଇଛି । କାଉଣ୍ଟର ରିସର୍ଚ୍ଚ ମୁତାବକ ଏହା Apple iPhone ଫୋନର ସବୁଠୁ ବଡ ସଫଳତା । ଯାହାର ଗ୍ଲୋବାଲ ସେଲ ୧୦ କୋଟି ୟୁନିଟରୁ ଉର୍ଦ୍ଧ୍ୱ ରହିଛି । ଏହାର ଲଗାତାର ଭାବେ ସଫଳତାରୁ ଜଣାପଡୁଛି ଏହାର ମଡେଲ ୟୁଜର୍ସଙ୍କୁ ଅନେକ ପସନ୍ଦ ଆସୁଛି ।

Apple iPhone6 ପରେ Apple iPhone 12 ସବୁଠୁ ଅଧିକ ମାତ୍ରାରେ ବିକ୍ରୀ ହେଉଥିବା ମଡେଲ । ଏହାକୁ ପସନ୍ଦ କରିବାର କାରଣ ହେଉଛି, ଏଥିରେ  5G  ସପୋର୍ଟ ସିଷ୍ଟମ ସହ OLED ଡିସପ୍ଲେ ରହିଛି । ଖବର ଅନୁଯାୟୀ, ଏହି ମଡେଲର ଟପ ଏବଂ ଭାରିଏଣ୍ଟ Apple iPhone 12 ସବୁଠୁ ଅଧିକ ପସନ୍ଦ ଆସିଛି । ୟୁନିଟର ମୋଟ ୨୯% ବିକ୍ରି ହୋଇଛି । ଯାହାକି ସବୁଥର ଅପେକ୍ଷା ଢ଼େର ଅଧିକ ।

ଅମେରିକାରେ Apple iPhone ସିରିଜ ସହ ଚାର୍ଜର ଓ ହେଡ଼ଫୋନ ଆସିଥିଲା ଏହାପରେ ମଧ୍ୟ ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିଲା କିନ୍ତୁ ଏବେ ଏହାର ନୂଆ ଭର୍ସନ ଗ୍ରାହକଙ୍କୁ ଖୁବ ଆକୃଷ୍ଟ କରିଛି । ଏବେ ଆମେରିକାରେ ଏହାର ସବୁଠୁ ଅଧିକ ସେଲ ହୋଇଛି । କିଛି ଜଣ ଏହାର କାରଣ କରୋନା ବୋଲି ମଧ୍ୟ କହୁଛନ୍ତି । Apple iPhone 12 ତୁଳନାରେ Apple iPhone 12 pro max ରେ ମହାମାରୀର ବିଶେଷ ପ୍ରଭାବ ପଡି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.