Below header

ରାୟଗଡା ତାମିଲିଗୁଡା ଗାଁରେ ଅଘଟଣ: ବଜ୍ରାଘାତରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ଗୁଣପୁର ଟାଉନ(କେନ୍ଯୁଜ୍): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ତାମିଲିଗୁଡା ଗ୍ରାମରେ ଅଘଟଣ। ନିକଟ ଜଙ୍ଗଲ ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତରେ ସ୍ବାମୀ ଓ ସ୍ତ୍ରୀର ମୃତ୍ଯୁ ହୋଇଥିବା ଜଣାପଡିଛି।

ମୃତକ ହେଲେ ଗୋପୁନ ପାତିକ( ୩୫) ଏବଂ  ପ୍ରିୟା ପାତିକ( ୩୦ )। ମୃତକଙ୍କ ନିଜ ଘର ତାମିଲିଗୁଡା ଗ୍ରାମ ବୋଲି ଜଣାପଡିଛି। ଗତକାଲି ସଂନ୍ଧ୍ୟା ସମୟରେ ବଜ୍ରାଘାତ ହୋଇଥିଲା । ସଂସ୍ପର୍ଶରେ ଘଟଣାସ୍ଥଳରେ ହିଁ ଉଭୟ ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗରଥ ଗାଡିରେ ଗୁଣପୁର ମେଡିକାଲକୁ ଶବ ଦୁଇଟିକୁ ଆଣିଥିଲେ। ଆଜି ଶବ ବ୍ୟବଛେଦ କରାଯିବ। ଘଟଣା ସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.