ମୁଣ୍ଡଫଟା ଖରା ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ, ହିଟ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ମନସୁନ ଆରମ୍ଭ ହୋଇଯାଇଛି। ଏମିତିରେ ଭାରତର ଅଧିକାଂଶ ରାଜ୍ୟରେ ଲଗାତାର ବର୍ଷା ହେଉଛି। କିନ୍ତୁ ଯଦି ଆମେ ଦିଲ୍ଲୀ, ନୋଏଡା ଏବଂ ଓଡ଼ିଶାର କେତେକ ଜିଲ୍ଲା ଦେଖିବା, ତ ଏବେ ମଧ୍ୟ ସେଠି ଲୋକଙ୍କୁ ମୁଣ୍ଡଫଟା ଖରା ଓ ଲୁ’ର ସାମ୍ନା କରିବାକୁ ପଡ଼ୁଛି। ଦ୍ୱିପ୍ରହର ସମୟରେ ରାସ୍ତାରେ ଚାଲିବା ମୁସ୍କିଲ ହୋଇଯାଉଛି। ଏଭଳି ସ୍ଥିତିରେ ନିଜର ଖାସ୍‌ ଯତ୍ନ ନେବା ବହୁତ ଜରୁରୀ ହୋଇପଡ଼ିଛି। ଆଜି ଆମେ ଆପଣଙ୍କୁ ଲୁ’ ବା ହିଟ୍‌ ଷ୍ଟ୍ରୋକ୍‌ରୁ କିପରି ନିଜକୁ ରକ୍ଷା କରାଯାଇ ପାରିବ, ତାହାର କିଛି ଉପାୟ ବିଷୟରେ କହିବୁ।

ହିଟ୍‌ ଷ୍ଟ୍ରୋକର ଲକ୍ଷଣ

-ମୁହଁ ଶୁଖିଯିବା

-ନିଃଶ୍ୱାସ ନେବାରେ କଷ୍ଟ ହେବା

-ବାନ୍ତି ଲାଗିବା

-ଲୁଜ୍‌ ମୋଶନ

-ଦୁର୍ବଳ

-ମୁଣ୍ଡ ବିନ୍ଧା

-ମୁଣ୍ଡ ବୁଲାଇବା

-ବେହୋଶ୍‌ ହୋଇଯିବା

ହିଟ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାର ଉପାୟ

ପିଆଜ: ହିଟ୍‌ ଷ୍ଟ୍ରୋକ୍‌ରୁ ବଞ୍ଚିବା ପାଇଁ ପିଆଜ ବହୁତ ଲାଭଦାୟକ ହୋଇଥାଏ। ଖରାଦିନେ ଆପଣ ଅଧିକରୁ ଅଧିକ ପିଆଜ ଖାଇବା ଉଚିତ।

ଧନିଆ ଓ ପୁଦିନା: ଏହି ଦୁଇଟି ଯାକର ପ୍ରଭାବ ହେଉଛି ଥଣ୍ଡା। ଲୁ’ ହେଉ କି ହିଟ୍‌ ଷ୍ଟ୍ରୋକ୍‌, ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଧନିଆ ଓ ପୁଦିନାର ଜୁସ୍‌ ବନାଇ ପିଇ ପାରିବେ। ଏଥିରେ ଆପଣଙ୍କୁ ଲାଭ ମିଳିପାରିବ।

ଲେମ୍ବୁ: ଖରାଦିନେ ଲେମ୍ବୁ ନିଶ୍ଚିତ ଭାବେ ସେବନ କରନ୍ତୁ। ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ।

ଲସି: ଲସି ପ୍ରୋବାୟୋଟିକ୍ସର ଏକ ଭଲ ସ୍ରୋତ ହୋଇଥାଏ। ଏହା ଆପଣଙ୍କ ଶରୀରକୁ ଆବଶ୍ୟକ ଭିଟାମିନ ଓ ଖଣିଜ ଉପଲବ୍ଧ କରାଇଥାଏ, ଯାହାକି ଅତ୍ୟଧିକ ଝାଳ ଯୋଗୁ ନଷ୍ଟ ହୋଇଯାଇଥାଏ।

ନଡ଼ିଆ ପାଣି: ନଡ଼ିଆ ପାଣି ଆପଣଙ୍କ ଶରୀରରେ ସ୍ୱାଭାବିକ ରୂପେ ଇଲେକ୍ଟ୍ରୋଲାଇଟ୍‌ସକୁ ସନ୍ତୁଳିତ କରି ଶରୀରକୁ ଠିକ୍‌ ରଖିଥାଏ। ଏହା ଶରୀରରେ ପାଣିର ଅଭାବ ହେବାକୁ ଦେଇ ନ ଥାଏ। ଏଥି ସହିତ ଡିହାଇଡ୍ରେଶନରୁ ବି ରକ୍ଷା କରିଥାଏ।