Below header

ଜନସନ-ଆଣ୍ଡ-ଜନସନ ଟୀକା ଡେଲଟା ଭାରିଏଣ୍ଟ ବିରୁଦ୍ଧରେ ସବୁଠୁ ବଡ଼ ଅସ୍ତ୍ର, କମ୍ପାନୀ ପକ୍ଷରୁ ସୂଚନା

କରୋନା ଭାଇରସର ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ସମସ୍ତଙ୍କ ମନରେ ଭୟ ଖେଳାଉଛି । ଫୁସପୁସ୍‌କୁ ଅଧିକ ସଂକ୍ରମିତ କରୁଛି ବୋଲି ରିପୋର୍ଟରୁ ପ୍ରକାଣ ପାଇଛି । ଏହାର ଅନେକ ମାମଲା ଦୁନିଆରେ ଦେଖାଗଲାଣି । ଦକ୍ଷିଣ ଆଫ୍ରିକାରେ ଏହା ଯୋଗୁଁ ଅନେକଙ୍କ ମୃତ୍ୟୁ ହୋଇଛି । ଏହାପାଇଁ ସରକାର କରୋନାର ପ୍ରତିବନ୍ଧ ଲଗାଇ ଚାଲିଛନ୍ତି । କିଛି ରିପୋର୍ଟ ଏମିିତି ମଧ୍ୟ ଆସିଛି ଏହି ଭାରିଏଣ୍ଟ ସବୁଠୁ ଭୟାନକ, ଯେଉଁଥିରେ କୌଣସି ଭ୍ୟାକସିନ କାମ ଦେବ ନାହିଁ । ତେଣୁ ଏବେ ଏହାର ଡ଼ର ଦ୍ୱିଗୁଣିତ ହୋଇଯାଇଛି ।

ଏହାରି ମଧ୍ୟରେ ଭ୍ୟାକସିନକୁ ନେଇ ଏକ ଜରୁରୀ ଖବର ସାମ୍ନାକୁ ଆସିଛି । ଜନସନ ଆଣ୍ଡ ଜନସନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଭ୍ୟାକସିନ ଡେଲଟା ପ୍ଲସ ଭାରିଏଣ୍ଟ ସହ ଲଢ଼ିବାରେ ସାହାଯ୍ୟ କରିବ । ଅର୍ଥାତ ଏହା ଭାରିଏଣ୍ଟ ବିରୁଦ୍ଧରେ ଖୁବ ଭଲ ଅସ୍ତ୍ର । ଭ୍ୟାକସିନର ଗୋଟିଏ ଡୋଜ କରୋନା ତଥା ଅନ୍ୟ ଭାରିଏଣ୍ଟସ ପାଇଁ ଏହା ଖୁବ ପ୍ରଭାବିତ ହୋଇଥାଏ ।

ଆମେରିକା ଆଧାରିତ କମ୍ପାନୀ ନିଜ ବୟାନରେ କହିଛନ୍ତି ଯେ, କୋଭିଡ ଭ୍ୟାକସିନ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଡେଲଟା ସମେତ ଅନ୍ୟାନ୍ୟ ଭାରିଏଣ୍ଟସ ବିରୁଦ୍ଧରେ ପାଖାପାଖି ୮ ମାସ ମଧ୍ୟରେ ନ୍ୟୁଟ୍ରଲାଇଜିଂ ଆଣ୍ଟିବଡ଼ି ତିଆରି ହେଉଛି । ଏହାର ଟୀକା ଭାଇରସ ଉପରେ ୮୫% ପ୍ରଭାବ ପକାଇଥାଏ । ଏହାଦ୍ୱାରା ସଂକ୍ରମଣ ହାର ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ ।

ଉପର ସମ୍ପର୍କରେ ସମସ୍ତ ତଥ୍ୟ ଜନସନ ଆଣ୍ଡ ଜନସନ ଅନୁସନ୍ଧାନ ପ୍ରମୁଖ ମଥାଇ ମୋମେନ ପ୍ରଦାନ କରିଛନ୍ତି । ଅଧ୍ୟୟନରୁ ସେ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି । ଏହି ଭ୍ୟାକସିନ ଶରୀରରେ ନ୍ୟୁଟ୍ରଲାଇଜିଂ ଆଣ୍ଟିବଡ଼ି ତିଆରି କରି ଏହାକୁ ଶକ୍ତିଶାଳୀ ବନଉଛି । ତେଣୁ ଏହାର ସିଙ୍ଗଲ ଡୋଜ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । କମ୍ପାନୀର କହିବା ଅନୁଯାୟୀ, ଭ୍ୟାକସିନ ନେବାର ୨୯ ଦିନ ମଧ୍ୟରେ ଏହା ଶରୀରରେ ଡେଲଟା ପ୍ଲସ ଭାରିଏଣ୍ଟରୁ ରକ୍ଷା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.