ଗଞ୍ଜାମ ଚାରିଛକ ଗ୍ରାମରେ ଏକ ଘରୁ ପୋଲିଓ ଆକ୍ରାନ୍ତ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ

ସୋରଡା(କେନ୍ଯୁଜ୍) : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଚାରିଛକ ଗ୍ରାମର ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଶୈଳେନ୍ଦ୍ରୀ ପାଣିଗ୍ରାହୀ । ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ ଶୈଳେନ୍ଦ୍ରୀ ଏକଲପୁର ପଞ୍ଚାଯତ ନୂଆଗାଁ ଗ୍ରାମରେ ଅଙ୍ଗନାବାଡିକର୍ମୀ ଭାବେ କାର୍ଯ୍ୟରତ ଥିଲେ । କିନ୍ତୁ କିଛିଦିନ ହେଲା ଚାରିଛକ ରେ ରହୁଥିଲେ । ଗତକାଲି ରାତିରେ ପରିବାର ଲୋକ ମୃତ୍ଯୁ ଖବର ପାଇ ବଡଗଡ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି । ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ କହିଛି ।

ଅନ୍ୟପଟେ ମୃତ ମହିଳାଙ୍କ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ମୃତ ମହିଳା ଜଣଙ୍କ ପୋଲିଓ ଆକ୍ରାନ୍ତ ଥିଲେ। ତାଙ୍କର ଗୋଟିଏ ହାତ କାମ କରୁନଥିବାରୁ ସେ କିପରି ଆତ୍ମହତ୍ୟା କଲେ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ଏଥିରେ ସ୍ଵାମୀ ,ଶାଶୁ ,ନଣନ୍ଦ ସମ୍ପୃକ୍ତ ଥିବା ପରିବାର ତରଫରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.