ଭୁବନେଶ୍ବର: ପାର୍ବଣ ପାଇଁ ସିଲ୍ ହୋଇଥିବା ଦୋକାନ ଖୋଲିବ, କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ମାନିବାକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ଆଗକୁ ପାର୍ବଣ ଋତୁ। ତେବେ କରୋନା କାୟା ବିସ୍ତାର କରିଥିବାରୁ ଯେପରି ସଂକ୍ରମଣ ନବଢିବ ସେନେଇ ନିର୍ଦ୍ଦେଶାବଳୀରେ ପାର୍ବଣ ପାଳିବାକୁ ଭୁବନେଶ୍ୱର ମହାନଗର ନିଗମ ଗୁରୁତ୍ୱ ଦେଇଛି। ପୂଜାପାର୍ବଣରେ ଦୋକାନ ବଜାରର ଆବଶ୍ୟକତା ରହିଛି। ବିଭିନ୍ନ ସମୟରେ କୋଭିଡ ନିୟମାବଳୀର ଉଲ୍ଲଙ୍ଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟକୁ ସିିଲ କରାଯାଇଥିଲା। ବର୍ତ୍ତମାନ ସେଗୁଡିକୁ ଖୋଲିବାକୁ ଅନୁମତି ମିଳିଛି। ତେବେ ଏହି ଅନୁମତି ପ୍ରକ୍ରିୟାରେ ସମାନ ସର୍ତ୍ତ ସବୁ ରଖାଯାଇଛି। ଖୋଲିବା ପୂର୍ବରୁ ଏବଂ ସର୍ବସାଧାରଣଙ୍କୁ ଅନୁଷ୍ଠାନ କିମ୍ବା ବ୍ୟବସାୟ ପ୍ରତିଷ୍ଠାନକୁ ପଶିବା ପୂର୍ବରୁ ସେହିସ୍ଥାନକୁ ସାନିଟାଇଜ କରିବେ।

ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତା ମାନିବେ, ମାସ୍କ ବ୍ୟବହାର କରିବେ, ଗହଳି ନହେବା ଭଳି ବ୍ୟବସାୟ ପ୍ରତିଷ୍ଠାନକୁ କମ ଲୋକ ପ୍ରବେଶ କରାଇବେ ଭଳି ନିୟମକୁ କଡ଼ାକଡ଼ି ପାଳନ କରିବେ। ଏହାର ଉଲ୍ଲଙ୍ଘନ କଲେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। ସିଲ କରାଯାଇଥିବା ପ୍ରାୟ ୨୫ରୁ ୩୦ଟି ଅନୁଷ୍ଠାନ ଖୋଲିବ ବୋଲି କୁହାଯାଇଛି। ଏଦିଗରେ ଦୃଢ ଜନସହଯୋଗ, ସଚେତନତା ଏବଂ କୋଭିଡ ୧୯ ନିୟମର କଡ଼ାକଡ଼ି ପାଳନ କରିବାକୁ ବିଏମସି କମିସନର ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.