Below header

ବର୍ଷା ମୁକାବିଲା ପାଇଁ ରାଜଧାନୀରେ ବିଏମ୍‌ସି ପକ୍ଷରୁ ଜୋରଦାର ରହିଛି ପ୍ରସ୍ତୁତି, ଜାରି ହେଲା ଏସ୍‌ଓପି

 ଭୁବନେଶ୍ୱର(କେ ନ୍ୟୁଜ): ପ୍ରବଳ ବର୍ଷା ମୁକାବିଲା ପାଇଁ ରାଜଧାନୀରେ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି। ସହରାଞ୍ଚଳରେ ବର୍ଷା ମୁକାବିଲା ପାଇଁ ଏସ୍‌ଓପି ଜାରି କରାଯାଇଛି। ଜଳବନ୍ଦୀ ଜନିତ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ପମ୍ପ ରଖାଯିବା ସହ ସମସ୍ତ ମୁଖ୍ୟ ଡ୍ରେନ୍‌ ଓ ଛୋଟ ଡ୍ରେନ୍‌ ଗୁଡିକୁ ସଫା କରାଯାଇଛି । ପ୍ରବଳ ଜଳବନ୍ଦୀ ହେବା ଆଶଙ୍କା ଥିବା ୨୭ଟି ସମ୍ବେଦନଶୀଳ ସ୍ଥାନକୁ ବିଏମ୍‌ସି ପକ୍ଷରୁ ଚିହ୍ନଟ କରାଯାଇଛି । ଜଳ ନିଷ୍କାସନରେ

ଯେପରି କୌଣସି ବାଧା ସୃଷ୍ଟି ନହେବ ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି। ଯଦି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ବା କୌଣସି ସମସ୍ୟା ଦେଖାଦିଏ ତୁରନ୍ତ ୦୬୭୪-୨୪୩୧୨୫୩ ଏବଂ ଟୋଲ ପ୍ରି ନମ୍ବର ୧୮୦୦୩୪୫୦୦୬୧ରେ ଫୋନ୍‌ କରିବାକୁ BMC ପକ୍ଷରୁ କୁହାଯାଇଛି। ଏହି ଦୁଇଟି ନମ୍ବର ୨୪ଘଣ୍ଟା ଖୋଲା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.