ଲୋକଙ୍କ ଅକ୍ସିଜେନ ସମସ୍ୟାକୁ ଦୂର କରିବା ପାଇଁ ଅକ୍ସିଜେନ ପ୍ଲାଣ୍ଟ ଲଗାଇବେ ସୋନୁ

କରୋନା କାଳରେ ବଲିଉଡ଼ ଅଭିନେତା ସୋନ ସୁଦ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । କରୋନାରେ ଅସହାୟ ହେଉଥିବା ଲୋକଙ୍କୁ ସାହାଯ୍ୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ଲୋକମାନେ ତାଙ୍କୁ ଖୁବ ଆଦର ସମ୍ମାନ ମଧ୍ୟ ଏବେ କରୁଛନ୍ତି । ରିଲ ଲାଇଫ ସହ ରିୟଲ ଲାଇଫରେ ଏବେ ହିରୋ ହୋଇ ସାରା ଦୁନିଆରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।

ଏବେ ସେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । କହିଛନ୍ତି ଯେ, ସେ ଖୁବ ଶୀଘ୍ର ସାରା ଦେଶରେ ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ୧୫ରୁ ୧୮ ଅକ୍ସିଜେନ ପ୍ଲାଣ୍ଟ ଲଗାଇବେ । ଏହାର ଆରମ୍ଭ ସେ କୁରନୁଲ, ନେଲୋର, ଆନ୍ଧ୍ରପ୍ରଦେଶ, ମାଙ୍ଗଲୋର, କର୍ଣ୍ଣାଟକ ଆଦି ସ୍ଥାନରୁ ଆରମ୍ଭ କରିବେ ।

କରୋନା କାଳରେ ସୋନୁ ନିଜ ଦାୟିତ୍ୱ ସମ୍ପନ୍ନ କରି ଲୋକଙ୍କ ଅସୁବିଧାର ସମାଧାନ କରୁଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ବେଶ ତାରିଫ କରାଯାଉଛି। ଏଭଳି ସମୟରେ ପରସ୍ପରଙ୍କ ସାହାଯ୍ୟ ହିଁ କରୋନା ସହ ଲଢ଼ିବାକୁ ସାହସ ଦେବ । ଏଥିରେ କୌଣସି ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.