ରାସ୍ତାରେ ଖେଳିଲେ ନାଗ ନାଗୁଣୀ, ଭିଡିଓ ହେଉଛି ଭାଇରାଲ

ଖୋର୍ଦ୍ଧା(କେ ନ୍ୟୁଜ): ବର୍ତ୍ତମାନ ସମୟରେ ଲକଡାଉନ ଚାଲି ଥିବାରୁ ଲୋକମାନଙ୍କ ଚଳ ପ୍ରଚାଳ ଖୁବ କମ ଦେଖାଦେଇଛି। ଅଜଣା ଭୁତାଣୁ ଭୟରେ ଅନେକ ଲୋକ ଘର ଭିତରେ ରହୁଛନ୍ତି। ସବୁଆଡ଼ ନିରବ, ନିସ୍ତବ୍ଧ ପରିବେଶ ଯୋଗୁ ସରୀସୃପ ମନେ ସ୍ଵଛନ୍ଦରେ ବିଚରଣ କରୁଛନ୍ତି। ସେମାନେ ମଧ୍ୟ ନିରଵତାକୁ ଅନୁଭବ କରିଛନ୍ତି। ମନୁଷ୍ୟ ପଟୁ ତାଙ୍କ ପ୍ରତି ଆକ୍ରମଣ ଭୟ କମ ରହୁଛି। ଫଳରେ ଜଙ୍ଗଲ ରାସ୍ତାରେ ଅନେକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳୁଛି । ନିକଟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସେ ପୁଣି ନାଗନାଗୁଣୀଙ୍କ କ୍ରୀଡା। ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ନିକଟରେ ଥିବା ମୁକ୍ତାପୁର ଜଙ୍ଗଲ ରାସ୍ତାରେ। ବିରାଟ ନାଗ ସାପ ପରସ୍ପରକୁ ଛନ୍ଦି ହୋଇ କ୍ରୀଡ଼ାରେ ନିମଗ୍ନ ଅଛନ୍ତି । କେତେବେଳେ ଗୋଡ଼ାଗୋଡି ହୋଇ ଜଙ୍ଗଲ ଭିତରକୁ ପଶି ଯାଉଛନ୍ତି ତ ପୁଣି କେତେବେଳେ ରାସ୍ତାରେ ଛନ୍ଦାଛନ୍ଦି ହୋଇ ତିନିଚାରି ଫୁଟ ଉପରକୁ ଉଠି ଯାଉଛନ୍ତି ।

ରାସ୍ତା ଦେଇ ଯାଉଥିବା ପଥଚାରୀଙ୍କ ପ୍ରତି ଏମାନଙ୍କ ଦୃଷ୍ଟି ନାହିଁ। ବାଇକରେ ଯାଉଥିବା ଲୋକଟି ମଧ୍ୟ ଅଟକି ଯାଇ ନିର୍ଭୟରେ ଠିଆ ହୋଇ ମୋବାଇଲରେ ଏହି ବିରଳ ଦୃଶ୍ୟକୁ କଏଦ କରୁଛି । କାହିଁ କେଉଁ କାଳରୁ ସାଧାରଣରେ ବିଶ୍ୱାସ ରହିଛି ଯେ ନାଗନାଗୁଣୀଙ୍କ କ୍ରୀଡା ଦେଖିଲେ ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ନୂଆ ଲୁଗା ଟିଏ ପକାଇଲେ ଯଦି ସେହି ଲୁଗା ଉପଟେ ସର୍ପ ଖେଳନ୍ତି , ସେହି ଲୁଗା ପିନ୍ଧିକି ଗଲେ ସବୁ କାର୍ଯ୍ୟ ସଫଳ ହୁଏ । ନାଗନାଗୁଣୀଙ୍କ ଏହି କ୍ରୀଡା ଦୃଶ୍ୟ ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆ ରେ ଘୁରି ବୁଲୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.