Below header

ବିଧାନସଭା ନିର୍ବାଚନ ହାରିବା ପରେ ପୁଣି ବିଜେପିକୁ ଝଟକା, ପୁଣି ଥରେ ଟିଏମସିରେ ଯୋଗ ଦେବେ ମୁକୁଲ ରୟ

ବିଧାନସଭା ନିର୍ବାଚନରେ ହାରିଯିବା ପରେ ବିଜେପିକୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ବାସ୍ତବରେ ବିଜେପିର ବଡ ନେତା ମୁକୁଲ ରୟଙ୍କ ଏବେ ଘର ବାହୁଡା ହେବାକୁ ଯାଉଛି । ଅର୍ଥାତ ପୁଣିଥରେ ଟିଏମସିକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ମୁକୁଲ ରୟ । ଆଜି ଅପରାହ୍ନରେ ତାଙ୍କ ପୁଅ ସୁଭ୍ରାଂଶୁ ସହ ତ୍ରୁଣମୂଳ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।

ପୂବର୍ରୁ ବିଜେପିର ୩୩ ଜଣ ବିଧାୟକ ପାର୍ଟି ଛାଡିବାର ଖବର ସାମ୍ନାକୁ ଆସିଥିଲା। ଏ ନେଇ ସେ ଆଜି ଅପରାହ୍ନରେ ପାର୍ଟି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ସୂଚନାଯୋଗ୍ଯ, ମମତା ବାନାର୍ଜୀଙ୍କ ବେଶ୍ ଖାସ୍ ଥିଲେ ମୁକୁଲ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଟିଏମସିରୁ ବାହାର କରି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.