ଆଉ ଦିନ କେଇଟା ପରେ ସମ୍ବଲପୁରରେ ହେବ ଶୀତଳ ଷଷ୍ଠୀ, ଏବେଠୁ ହେଲାଣି ଚଳଚଞ୍ଚଳ

ସମ୍ବଲପୁର (କେନ୍ୟୁଜ) : ଆଉ ଦିନ କେଇଟା ପରେ ସମ୍ବଲପୁରରେ ହେବ ଶୀତଳ ଷଷ୍ଠୀ । ଏଥିପାଇଁ ବିଭିନ୍ନ ପୂଜା କମିଟି ସମେତ କନ୍ୟା ମାତା ପିତାଙ୍କ ଘର ବେଶ ଚଳଚଂଚଳ ହେବାରେ ଲାଗିଛି । ଆଜି ନନ୍ଦପଡ଼ା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି। ନନ୍ଦପଡ଼ା ପୂଜା କମିଟି ପକ୍ଷରୁ ସନ୍ଧ୍ୟାରେ ଦେବ ଦେବ ମହାଦେବଙ୍କ ପାଇଁ କନ୍ୟା ଅନେ୍ଵଷଣରେ ବାହରିବେ ସପ୍ତଋଷି। ଦେବାଳୟରେ ପୂଜାର୍ଚ୍ଚନା ସରିଲା ପରେ ସପ୍ତଋଷିଙ୍କ ଗହଣରେ ବରପିତା ସରଗ ପତ୍ର, ବେଲପତ୍ର ଓ ଫୁଲ ଇତ୍ୟାଦି ନେଇ କନ୍ୟା ଅନେ୍ଵଷଣରେ ବାହାରିବେ। ୧୩ ତାରିଖରେ ଝାଡ଼ୁଆପଡ଼ାର ବାବା ଲୋକନାଥଙ୍କର ପତରପେଣ୍ଡି ବା ନିର୍ବନ୍ଧ । ହେଲେ କରୋନା ସଂକ୍ରମଣ ଭୟ ଓ ଲକଡାଉନ ନିୟମକୁ ଦୃଷ୍ଟିରେ ରଖି ଚଳିତବର୍ଷ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ନିରାଡମ୍ବର ସହ ପାଲିତ ହେବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। କେବଳ ବିଧି ରକ୍ଷା ପାଇଁ ଯାତ୍ରା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.