Below header

ଆଉ ହେବେନି ଠକାମିର ଶିକାର, ଏମିତି ବ୍ୟବହାର କରନ୍ତୁ ହ୍ୱାଟସଆପ

ଦେଶରେ ଅଧିକାଂଶ ମୋବାଇଲ ଫୋନ ବ୍ୟବହାକାରୀ ମାନେ କେବଳ ମେସେଜିଙ୍ଗ ଆପ ପାଇଁ ହ୍ୱାଟସଆପ ବ୍ୟବହାର କରିଥାନ୍ତି | ଏହି ସମୟରେ ହ୍ୱାଟସଆପରେ ଆପଣଙ୍କର ପ୍ରୋଫାଇଲ୍ ଫଟୋକୁ ଅନେକ ଲୋକ ଦେଖିଥାନ୍ତି | ଏଭଳି ପରିସ୍ଥିତିରେ କେଉଁ ମାନେ ଆପଣଙ୍କ ପ୍ରୋଫାଇଲ୍ ଫଟୋକୁ ଦେଖିପାରିବେ ସେଥିପାଇଁ ଅନେକ ଉପାୟ ମଧ୍ୟ ରହିଛି | ଏଥିପାଇଁ ଆପଣ ସେଟିଙ୍ଗକୁ ଯାଇ ଆକାଉଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ପରେ ପ୍ରାଇଭେସିକୁ ଯାଆନ୍ତୁ | ଏଠାରେ ଆପଣ ପ୍ରୋଫାଇଲ୍ ଫଟୋ ସମ୍ବନ୍ଧୀୟ କିଛି ଅପସନ ଦେଖିବାକୁ ପାଇବେ | ଯେଉଁଠାରେ ଆପଣ my contactsକୁ ସିଲେକ୍ଟ କରିପାରିବେ | ଏଠାରେ ଯେଉଁମାନଙ୍କ ସହିତ ଚାଟ୍ କରୁନାହାନ୍ତି ସେମାନଙ୍କୁ ଆପଣ ବ୍ଲକ ମଧ୍ୟ କରିପାରିବେ |

ଆଜିକାଲି ସାଇବର କ୍ରାଇମ ହେଉଥିବା ଯୋଗୁ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ବିବରଣୀକୁ ହ୍ୱାଟସଆପ କିମ୍ବା
ଅନ୍ୟ କୌଣସି ସୋସିଆଲ ମିଡ଼ିଆ ସାହାଯ୍ୟରେ କାହା ସହିତ ସେୟାର ନ କରିବେ | ଯଦି ଆପଣଙ୍କୁ କୌଣସି ଅଲଗା ନମ୍ବରରୁ ମେସେଜ ଆସୁଛି ଏହାର ରିପ୍ଲାଏ ଦେବା ପୂର୍ବରୁ ଏହାକୁ ଭଲ ଭାବରେ ଯାଞ୍ଚ କରିନିଅନ୍ତୁ | କାରଣ ଆଜିକାଲି ଲୋକମାନେ ବିଭିନ୍ନ କୋଡ୍ ବ୍ୟବହାର କରି ଲୋକଙ୍କୁ ଠକେଇ କରୁଛନ୍ତି | ହ୍ୱାଟସଆପର ଏହି ଫିଚର୍ସ ଆପଣଙ୍କୁ ଆକାଉଣ୍ଟରେ ଡବଲ୍ ଲକ୍ ସେଟ୍ କରିବାରେ ସାହାଯ୍ୟ କରିଥାଏ | ପ୍ରଥମ ଲେବଲରେ , ଆପଣ ଆପଣଙ୍କ ଆକାଉଣ୍ଟକୁ ଫେସ୍-ଲକ୍, ଫିଙ୍ଗର ପ୍ରିଣ୍ଟ ଲକ୍ କିମ୍ବା କୋଡ୍ ଲକ୍ ମାଧ୍ୟମ ରେ ସୁରକ୍ଷିତ କରିପାରିବେ | ଏବଂ ଦ୍ୱିତୀୟ ଲେବଲରେ ରେଜିଷ୍ଟର ନମ୍ବରକୁ ମଧ୍ୟ ଯୋଡିପାରିବେ |

ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟ ଡିଭାଇସ୍ ବଦଳାଇବେ ସେତେବେଳେ ଆପଣଙ୍କ ଆକାଉଣ୍ଟକୁ ଏକ ନୂଆ ଡିଭାଇସରେ ସେଟ୍ ଅପ୍ କରିବାକୁ ପଡିବ | ଏହା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ OTP ଆସିବ | ଏହି OTP ନୂତନ ଡିଭାଇସରେ ହ୍ୱାଟସଆପରେ ଆକାଉଣ୍ଟ ସେଟ କରିବାରେ ସାହାଯ୍ୟ କରିଥାଏ | ଏହି OTP କୁ କେବେବି କାହା ସହିତ ସେୟାର କରିବା ଉଚିତ୍ ନୁହେଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.