Below header

ମହିଳା ପିନ୍ଧିବେ ମେୟର ମୁକୁଟ ! ୬୭ଟି ଆସନ ମଧ୍ୟରୁ ୩୪ଟି ଆସନରେ ମହିଳା ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ନିର୍ବାଚନରେ ବିଏମସି ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ମୋଟ ୬୭ଟି ଆସନ ମଧ୍ୟରୁ ୩୪ଟି ମହିଳାମାନେ ପ୍ରତିନିଧିତ୍ୱ କରିବେ। ଏହା ମଧ୍ୟରୁ ମେୟର ଆସନ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଜଣାପଡିଛି। ବିଏମସି ମହାନଗର ନିଗମ ହେବା ପରଠାରୁ ଏଠାରେ ମହିଳା ମେୟର ହୋଇନାହାନ୍ତି। ଆସନ୍ତା ନିର୍ବାଚନରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ସୀମିତ ରହିବ।

ଏହି ଆଧାରରେ ଅନୁସୂଚିତ ଜାତିଙ୍କ ପାଇଁ ୬ ଓ ଜନଜାତିଙ୍କ ପାଇଁ ୩ଟି ଆସନ ସଂରକ୍ଷିତ ରହିଥିବାବେଳେ ପଛୁଆ ବର୍ଗଙ୍କ ପାଇଁ ୧୮ଟି ଆସନ ରହିବ। ତେବେ ଏହି ଆସନ ମଧ୍ୟରୁ ଅନୁସୂଚିତ ଜାତି ବର୍ଗରେ ୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ପାଇଁ ସ୍ଥିର ହୋଇଥିବାବେଳେ ଜନଜାତି ବର୍ଗରେ ୨ଟି ଆସନ ଓ ପଛୁଆ ବର୍ଗଙ୍କ ପାଇଁ ଥିବା ୧୮ଟି ଆସନରୁ ୯ଟିରେ ମହିଳା ପ୍ରାର୍ଥୀ ରହିାବ। ଏହା ବ୍ୟତୀତ ୨୦ଟି ସାଧାରଣ ବର୍ଗ ମହିଳାଙ୍କ ପାଇଁ ରହିବ। ଅନ୍ୟପଟେ ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ଭାବେ ମେୟର ନିର୍ବାଚନ କରାଯିବ। ଏହି ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ରହିବାର ଅଧିକ ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.