ସୋର: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ

ସୋର(କେନ୍ଯୁଜ୍): ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଚନ୍ଦନ ପୁର ବନ୍ଧସାହି ଗ୍ରାମରେ ଟିକି ବନ୍ଧ ଙ୍କର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟସକ୍ରିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ଖବର ପାଇବା ପରେ ଅଡା ଦମକଳ ବାହିନୀ ପହଁଚି ନିଆଁ କୁ ଆୟତ୍ତ କରିଥିଲା ।

କିନ୍ତୁ ଦୁଃଖର କଥା ସେତେବେଳେକୁ ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା । ଏହି ପରିବାରକୁ ସରକାରୀ ସହାୟତା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.