Below header

ଭିଜିଲାନ୍ସ ଜାଲରେ ସୋନପୁର ସବ କଲେକ୍ଟର ଅଫିସର ମୁଖ୍ୟ କିରାଣୀ, ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍

ବଲାଙ୍ଗୀର(କେନ୍ଯୁଜ୍): ବଲାଙ୍ଗୀରରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ସୋନପୁର ସବ କଲେକ୍ଟର ଅଫିସର ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗଙ୍କ ଭିଜିଲାନ୍ସ ଟିମର ଚଢ଼ାଉ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍।

ଶାନ୍ତିପଡା, ତାଲପାଳିପଡା ପୈତୃକ ବାସଭବନ ସମେତ ଅଫିସରେ ଚାଲିଛି ଚଢ଼ାଉ । ଚଢ଼ାଉରେ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି । ଟଙ୍କା, ସୁନା ଗହଣା ସହ କାଗଜପତ୍ର ଜବତ କରାଯାଇଛି । ବ୍ୟାଙ୍କ ଲକରରେ କିଛି ସୁନା ଗହଣା ଥିବା ଭିଜିଲାନ୍ସ ଟିମ୍ ତଦନ୍ତରୁ ଜାଣିବାକୁ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.