Below header

ପବିତ୍ର ବଡ଼ଓଷାରେ ବାବା ଧବଳେଶ୍ୱରଙ୍କ ପୀଠରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ

ଆଠଗଡ(କେନ୍ଯୁଜ୍): ପବିତ୍ର ବଡ଼ଓଷା ଅବସରରେ ବାବା ଧବଳେଶ୍ୱରଙ୍କ ପୀଠରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ । ଗତକାଲି ମଧ୍ୟରାତ୍ରର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ପ୍ରସିଦ୍ଧ ଗଜଭୋଗ ଓ ତରଣ ଲାଗି ହୋଇଛି। ବାବା ଧବଳେଶ୍ୱର କଳା ବଳଦକୁ ଧଳା କରିଥିବାରୁ ଏହି ଗଜଭୋଗ ତାହାର ପ୍ରତୀକ ଭାବରେ ପ୍ରସ୍ତୁତି କରାଯାଇ ଲାଗି କରାଯାଇଥାଏ ।

ବିଶ୍ୱାସ ରହିଛି ଯେ ଯଦି ଏହି ଗଜଭୋଗ ପ୍ରସାଦ ଭାବରେ ଭକ୍ତ ପାଇଥାଏ ତେବେ ମାନସିକ ଶାନ୍ତି ପାଇବା ସହିତ ସମସ୍ତ ମନକାମନା ପୂରଣ ହୋଇଥାଏ । ଅନ୍ୟପଟେ କରୋନା କଟକଣା ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଯେଉଁଥିପାଇଁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଆସିବାକୁ ବାରଣ କରାଯାଇଛି । ପୀଠ ବାହାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗଜଭୋଗ ବିତରଣ କରିବାର ବ୍ୟବସ୍ଥା କରାଯାଇଛି। ରାତି ଗୋଟାଏ ବେଳ ମନ୍ଦିର ପହୁଡ ଖୋଲାଯାଇ ବାବାଙ୍କ ମହାସ୍ନାନ କରାଯିବାପରେ ମଙ୍ଗଳ ଆଳତି ଓ ମଇଲମ ପରେ ଗଜଭୋଗ ବିତରଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.