Below header

ଆଳି ଏକମାଣିଆ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ

ରାଜନଗର(କେନ୍ୟୁଜ୍): ଆଳି ଏକମାଣିଆ ଘାଟରେ ଭାରସାମ୍ୟ ହରାଇ  ଓଲଟିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାରେ ପାଖାପାଖି ୧୨ରୁ ଅଧିକ ଯାତ୍ରୀ ଥିଲେ । ଏହା ସହିତ  ୬ଟି ବାଇକ ସବାର ହୋଇ ଯାଉଥିଲା। ଅଧାଘାଟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା।  ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ କିଛି ଲୋକେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ଉଦ୍ଧାର  ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଆହତ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଏବେ ବି କୁମ୍ଭିରୀଆ ନଦୀରେ ବୁଡି ରହିଛି ମଟରସାଇକେଲ। ଡଙ୍ଗାଟି ରାଜନଗର କେରଡାଗଡ ଘାଟରୁ ଆଳି  ଏକମାଣିଆ ଯାଉଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.