Below header

ଯାଜପୁର: କାଳିଆପାଣି ଖଣି ଅଞ୍ଚଳ ଶ୍ରମିକମାନଙ୍କ ମହାନତା, ନିଜ କଷ୍ଟ ଅର୍ଜିତ ଗୋଟିଏ ଦିନର ଦରମାକୁ ବିଧାୟକଙ୍କ ଦ୍ବାରା ପଠାଇଲେ CMRFକୁ

ଯାଜପୁର ରୋଡ(କେନ୍ୟୁଜ୍): ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ନିଜ କଷ୍ଟ ଉପାର୍ଜିତ ଧନରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗରିବ ଖଟିଖିଆ ଶ୍ରେଣୀର ହୋଇଥିଲେ ମଧ୍ୟ କରୋନା ମହାମାରୀ ଭଳି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘର ସଦସ୍ୟ ରହିଥିବା ଶ୍ରମିକ ମାନେ ଏହି ଅର୍ଥ ପ୍ରଦାନ କରି ନିଜର ମହାନତା ଦେଖାଇଛନ୍ତି ।
କରୋନା ମୁକାବିଲା ଲାଗି ସମସ୍ତଙ୍କ ଠାରୁ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଡି ଥିବାବେଳେ ସୁକିନ୍ଦାର ବିଭିନ୍ନ ଖଣିରେ କାମ କରୁଥିବା ପ୍ରାୟ ୫ହଜାର ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ନିଜର ଗୋଟିଏ ଦିନର ଆୟକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସଂଘର ସଭାପତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ପ୍ରତିନିଧି ଭାବେ ଶ୍ରମିକଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୧୫ଲକ୍ଷ ଟଙ୍କାର ଚେକ୍ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦେଇଛନ୍ତି । ଶ୍ରମିକ ମାନଙ୍କ ମହାନତା ଓ ଉଦାରତା ପାଇଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଶ୍ରୀ ଘଡେଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.