Below header

ସାମାଜିକ ଦୂରତା ନିୟମ ଉଲଙ୍ଘନ କଲା କଟକର ଅମ୍ବର ଏନଏକ୍ସ ସୋରୁମ୍, ସିଲ୍ କଲା କଟକ ମହାନଗର ନିଗମ

କଟକ(କେନ୍ୟୁଜ୍): ରଜ ପୂର୍ବରୁ କଟକ ମହାନଗର ନିଗମ ଦ୍ୱାରା ଅମ୍ବର ଏନଏକ୍ସ ସୋରୁମ୍ ସିଲ୍ । ସାମାଜିକ ଦୂରତା ଉଲଙ୍ଘନ ପାଇଁ କାର୍ଯ୍ୟାନୁଷ୍ଠାନ ହୋଇଛି । କର୍ମଚାରୀ ଓ ଗ୍ରାହକ ନିୟମ ଉଲଙ୍ଘନ କରୁଥିବା ବେଳେ ସୋରୁମରେ ଆଜି ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ସିଏମ୍‌ସିର ସ୍କ୍ଵାର୍ଡ ପହଞ୍ଚି ସୋ ରୁମକୁ ସିଲ୍ କରିଥିବା ଜଣାପଡିଛି ।

ସୋରୁମର ମାଲିକ ଏବଂ କର୍ମଚାରୀଙ୍କୁ ତାଗିଦ୍ କରାଯାଇଛି । ସେହିଭଳି ଅନ୍ୟ ସୋରୁମ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ସାମଜିକ ଗୁରୁତ୍ୱ ଦେବାକୁ କହିଛନ୍ତି ଉଗଉ ଡେପୁଟି କମିଶନର ଅବିନାଶ ରାଉତ । କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ବିଶେଷ କରି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ଗାଇଡଲାଇନରେ କୁହାଯାଇଛି । ଯେଉଁମାନେ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.