Below header

କୂଅରୁ ଉଦ୍ଧାର ହେଲା ମୃତଦେହ: କାରଣ ଖୋଜୁଛି ପୋଲିସ

କୂଅରୁ ଉଦ୍ଧାର ହେଲା ମୃତଦେହ । କୋରାପୁଟ ସଦର ଥାନା ଖରାଗୁଡା ଗ୍ରାମରେ ଘଟିଛି ଏଭଳି ଅଘଟଣ । ମୃତକ ଜଣକ ହେଲେ ୫୦ ବର୍ଷିୟ ଗୁରୁ ବାଗ। ଗତକାଲି ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ହୋଇଛି ।

କୋରାପୁଟ (କେନ୍ୟୁଜ): କୂଅରୁ ଉଦ୍ଧାର ହେଲା ମୃତଦେହ । କୋରାପୁଟ ସଦର ଥାନା ଖରାଗୁଡା ଗ୍ରାମରେ ଘଟିଛି ଏଭଳି ଅଘଟଣ । ମୃତକ ଜଣକ ହେଲେ ୫୦ ବର୍ଷିୟ ଗୁରୁ ବାଗ। ଗତକାଲି ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ହୋଇଛି । କୂଅରୁ ଉଦ୍ଧାର ପରେ ମୃତଦେହକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ରଖାଯାଇଛି ।

ତେବେ ବ୍ୟକ୍ତି ଜଣଙ୍କ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ଅସାବଧାନ ଯୋଗୁ କୂଅ ମଧ୍ୟକୁ ଖସି ପଡିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ଅଛି ତାର ତଦନ୍ତ କରୁଛି ପୋଲିସ। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.