୬ରୁ ବିଏସ୍‌କେୱାଇ-ନବୀନ କାର୍ଡ ପାଇଁ ପଞ୍ଜୀକରଣ: ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ୱର ଆସନ୍ତା ୬ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ ପାଇଁ ପଞ୍ଜିକରଣ । ୧୬ ତାରିଖ ଯାଏ ପଞ୍ଜିକରଣ ଚାଲିବ ।ଆୟକର ଦାତା ଓ ସରକାରୀ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟମାନେ ଯାହାର ବିଏସକେୱାଇ କାର୍ଡ ନାହିଁ ସେମାନେ ଆବଦନ କରିପାରିବେ ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଆସନ୍ତା ୬ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ ପାଇଁ ପଞ୍ଜିକରଣ । ଗ୍ରାମାଞ୍ଚଳର ବିଏସକେୱାଇ କାର୍ଡରେ ସାମିଲ ନଥିବା ଲୋକ ନବୀନ କାର୍ଡ ପାଇଁ ଅନଲାଇନରେ ଆବେଦନ କରିପାରିବେ । www.bskynabin.odisha.gov.inରେ ପଞ୍ଜିକରଣ କରିବେ ଯୋଗ୍ୟ ହିତାଧିକାରୀ । ୧୬ ତାରିଖ ଯାଏ ପଞ୍ଜିକରଣ ଚାଲିବ ।

ଆୟକର ଦାତା ଓ ସରକାରୀ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟମାନେ ଯାହାର ବିଏସକେୱାଇ କାର୍ଡ ନାହିଁ ସେମାନେ ଆବଦନ କରିପାରିବେ । ମୋ ସେବା କେନ୍ଦ୍ରଗୁଡ଼ିକରେ ବିନା ଦେୟରେ ପଞ୍ଜିକରଣ କରିପାରିବେ ଦରଖାସ୍ତକାରୀ । ଏଥିପାଇଁ କୌଣସି ଅଫଲାଇନ୍ ବ୍ୟବସ୍ଥା ନାହିଁ । ପରବାରମୁଖ୍ୟଙ୍କ ନାଁରେ ପଞ୍ଜିକରଣ ହେବ । ଆବେଦନକାରୀଙ୍କ ସକ୍ରିୟ ମୋବାଇଲ୍ ନମ୍ବର ସହ ଆଧାର କାର୍ଡ ଲିଙ୍କ ହୋଇଥିବ । ଆବେଦନ ପାଇଁ ଆଧାରଭିତ୍ତିକ ଇ-କେୱାସି ବାଧ୍ୟତାମୂଳକ । ୧୮ବର୍ଷରୁ ଅଧିକ ସବୁ ସଦସ୍ୟଙ୍କର ଭୋଟ୍ ପରିଚୟପତ୍ର ଥିବା ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.